ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଦାନୀ ଗ୍ରୁପର ବଡ ନିଷ୍ପତ୍ତି, ୨୦ହଜାର କୋଟିର ଏଫପିଓ ରଦ୍ଦ, ଫେରିବ ନିବେଶକଙ୍କ ଅର୍ଥ

ନୂଆଦିଲ୍ଲୀ : ଅଦାନୀ ଗ୍ରୁପର ବଡ଼ ନିଷ୍ପତ୍ତି । ୨୦ହଜାର କୋଟିର ଏଫପିଓ ରଦ୍ଦ କଲା ଅଦାନୀ ଏଣ୍ଟରପ୍ରାଇଜେର୍ସ ଲିମିଟେଡ୍ । ଟଙ୍କା ଫେରିପାଇବେ ନିବେଶକ । ସେୟାର ମାର୍କେଟ ତଳ ଉପର ହେଉଥିବାରୁ କମ୍ପାନୀ ବୋର୍ଡ ଏଫପିଓ ରଦ୍ଦ ପାଇଁ ନିଷ୍ପତ୍ତି ନେଇଛି । ଏନେଇ ସୂଚନା ଦେଇଛନ୍ତି କମ୍ପାନୀ ଚେୟାରମ୍ୟାନ୍ ଗୌତମ ଅଦାନୀ । ନିବେଶକଙ୍କ ହିତକୁ ରକ୍ଷା କରିବାକୁ ଯାଇ କମ୍ପାନୀ ଏପରି ନିଷ୍ପତ୍ତି ନେଇଛି । ଏଫପିଓରୁ ମିଳିଥିବା ଟଙ୍କା ନିବେଶକଙ୍କୁ ଫେରସ୍ତ କରାଯାଇଛି । କୌଣସି କମ୍ପାନୀ ପାଇଁ ଟଙ୍କା ଯୋଡିବାର ମାଧ୍ୟମ ହେଉଛି ଏଫପିଓ ।

ଯେଉଁ କମ୍ପାନୀ ପ୍ରଥମରୁ ସେୟାର ମାର୍କେଟରେ ତାଲିକାରେ ଥାଏ, ଇନଭେଷ୍ଟର୍ସଙ୍କ ପାଇଁ ନୂଆ ସେୟାର ଅଫର କରିଥାଏ । ସେୟାର ବଜାରରେ ଥିବା ସେୟାରଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ । ନିବେଶକମାନଙ୍କୁ ଅର୍ଥ ଫେରସ୍ତ କରିବ ବୋଲି କମ୍ପାନୀ କହିଛି । କମ୍ପାନୀର ବାଲାନ୍ସ ସିଟ୍ କିନ୍ତୁ ମଜବୁତ ଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପରେ ଅଦାନୀ ଗ୍ରୁପର ତାଲିକାଭୁକ୍ତ କମ୍ପାନୀଗୁଡିକର ସେୟାରର ମୂଲ୍ୟ ଲଗାତାର ହ୍ରାସ ଘଟିଛି । ବୁଧବାର ଦିନ ଅଦାନୀ ଏଣ୍ଟରପ୍ରାଇଜେସର ଷ୍ଟକ୍ ଗୋଟିଏ ଦିନରେ ୨୮ ପ୍ରତିଶତରୁ ଅଧିକ ହ୍ରାସ ପାଇଛି ।

୨୪ ଜାନୁଆରୀରେ ଅଦାନୀ ଗ୍ରୁପ ନାଁରେ ଆମେରିକାର ହିଣ୍ଡେନବର୍ଗ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ କୁହାଯାଇଛି ଅଦାନୀ ଗ୍ରୁପ୍ ଏହାର ଅଂଶଧନ ମୂଲ୍ୟ ବୃଦ୍ଧି ପଛରେ ଆକାଉଣ୍ଟିଂ ଠକେଇ କରିଛି । ଏ ନେଇ ଅଦାନୀ ଗ୍ରୁପ ୪୦୦ରୁ ଅଧିକ ପୃଷ୍ଠାର ଏକ ଜବାବ ଦେଇଛି ବୋଲି ସୂଚନା ରହିଛି । ହିଣ୍ଡେନବର୍ଗର ରିପୋର୍ଟ ଅସତ୍ୟ ଏବଂ ଏଫପିଓକୁ ବଦନାମ କରିବାକୁ ଏକ ଷଡଯନ୍ତ୍ର ବୋଲି ଅଦାନୀ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.