ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୁଟିଂ ସେଟରେ ଆତ୍ମହତ୍ୟା କଲେ ଲୋକପ୍ରିୟ ମରାଠି ଟିଭି ଅଭିନେତ୍ରୀ ତୁନିଶା ଶର୍ମା

ମୁମ୍ବାଇ: ପୁଣି ଜଣେ ଅଭିନେତ୍ରୀ କଲେ ଆତ୍ମହତ୍ୟା । ଲୋକପ୍ରିୟ ମରାଠି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିଛନ୍ତି । ମାତ୍ର ୨୦ ବର୍ଷ ବୟସରେ ଆତ୍ମହତ୍ୟା କରିଛନ୍ତି ଲୋକପ୍ରିୟ ମରାଠି ଟିଭି ଅଭିନେତ୍ରୀ ତୁନିଶା ଶର୍ମା । ସୁଟିଂ ସେଟରେ ମେକଅପ ରୁମରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ବହୁ ଲାେକପ୍ରିୟ ସିରିଏଲରେ ସେ ଅଭିନୟ କରିଥିଲେ । ଟେଲି ସୋ ‘ଦାସ୍ତାନ ଏ କାବୁଲ’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ ତୁନିଶା । ତେବେ ସେ କାହିଁକି ଆତ୍ମହତ୍ୟା କଲେ ଏବଂ ଆତ୍ମହତ୍ୟା ପଛର କ’ଣ କାରଣ ରହିଛି ତାହା ସ୍ପଷ୍ଟ ହୋଇପାରିନାହିଁ ।

ସୂଚନା ଅନୁସାରେ, ସିରିୟଲର ଶୁଟିଂ ସେଟ୍ ରେ ଟି-ବ୍ରେକ ସମୟରେ ଶୌଚାଳୟ ଯାଇଥିଲେ ତୁନିଷା । ତେବେ ଦୀର୍ଘ ସମୟ ପରେ ସେଠାରୁ ନ ବାହାରିବାରୁ ଶେଷରେ କବାଟ ଭଙ୍ଗାଯାଇଥିଲା । କବାଟ ଭଙ୍ଗାଯିବା ପରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ସେପଟେ ଆତ୍ମହତ୍ୟା ସମ୍ପର୍କରେ ସୂଚନା ପାଇଁ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ତଦଣ୍ଡ ଜାରି ରଖିଛି ।

Leave A Reply

Your email address will not be published.