ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ପ୍ରତିଷ୍ଠିତ ଶିଳ୍ପପତି ରାଜ କୁନ୍ଦ୍ରା ଗିରଫ

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ପ୍ରତିଷ୍ଠିତ ବ୍ୟବସାୟୀ ରାଜ୍‌ କୁନ୍ଦ୍ରାଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ। ଶ୍ରୀ କୁନ୍ଦ୍ରା ମୋବାଇଲ୍ ଆପ୍‌ରେ ପର୍ନୋଗ୍ରାଫିର ପ୍ରସାରଣ କରିଥିବା ଅଭିଯୋଗରେ ତାଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଛି। ତେବେ ଏଥିରେ ଆଉ କାହାର ସମ୍ପୃକ୍ତି ଅଛି ସେ ନେଇ ତଦନ୍ତ ଚାଲିଛି। ଗତ ଫେବୃଆରୀରେ କୁନ୍ଦ୍ରାଙ୍କ ବିରୋଧରେ ପର୍ନୋଗ୍ରାଫି(ଅଶ୍ଲୀଳ ଚଳଚ୍ଚିତ୍ର) ପ୍ରସ୍ତୁତ କରିବା ଓ ସେଗୁଡ଼ିକୁ ବିଭିନ୍ନ ଆପ୍‌ ମାଧ୍ୟମରେ ପ୍ରସାରଣ କରିବା ଭଳି ଅଭିଯୋଗ ଆସିଥିଲା। ମୁମ୍ବାଇ କ୍ରାଇମବ୍ରାଞ୍ଚ୍ ଏହାର ତଦନ୍ତ କରୁଥିଲା। କୁନ୍ଦ୍ରା ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି ବୋଲି ମୁମ୍ବାଇ ପୁଲିସ କମିସନର କହିଛନ୍ତି।

Leave A Reply

Your email address will not be published.