ମାଲାୟାଲାମ ଫିଲ୍ମ ‘ହେଲେନ୍’ର ହିନ୍ଦୀ ରିମେକ୍‌ରେ ନଜର ଆସିବେ ଅଭିନେତ୍ରୀ ଜାହ୍ନବୀ କପୁର

ମାଲୟାଲମ ଫିଲ୍ମ ‘ହେଲେନ୍’ର ହିନ୍ଦୀ ରିମେକ୍‌ରେ ନଜ ଆସିବେ ଅଭିନେତ୍ରୀ ଜାହ୍ନବୀ କପୁର । ହିନ୍ଦୀରେ ଏହି ଫିଲ୍ମର ନାମ ‘ମିଲି’ ରଖାଯାଇଛି । ଜାହ୍ନବୀ ଇତିମଧ୍ୟରେ ଏହି ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଅଗଷ୍ଟ ୪ରୁ ସେ ‘ମିଲି’ର ସୁଟିଂ ଆରମ୍ଭ କରିଛନ୍ତି। ଏହି ଫିଲ୍ମଟିର ହିନ୍ଦୀ ରିମେକକୁ ନେଇ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ । ହେଲେ ଫିଲ୍ମର ଚରିତ୍ରକୁ ଜୀବନ୍ତ କରିବା ଲାଗି ଜାହ୍ନବୀ କିଛି ଦିନ ପୂର୍ବରୁ ଜୋରସୋର୍‌ରେ ପ୍ରସ୍ତୁତି ଚଳାଇଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ଯେ, ଜାହ୍ନବୀଙ୍କ ପିତା ବୋନି କପୁର ଏବଂ ଜି-ଷ୍ଟୁଡିଓ ମିଳିତ ସହଯୋଗରେ ଏହି ଫିଲ୍ମଟିକୁ ପ୍ରସ୍ତୁତି କରାଯାଉଛି। ପ୍ରଥମ ଥର ପାଇଁ ଜାହ୍ନବୀ ତାଙ୍କ ପିତାଙ୍କ ସହିତ କାମ କରିବାକୁ ଯାଉଛନ୍ତି । ଜାହ୍ନବୀଙ୍କ ସମେତ ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିବେ ମନୋଜ ପାହ ଏବଂ ସନ୍ନି କୌଶଲ । ମନୋଜ ଜାହ୍ନବୀଙ୍କ ପିତା ଭୂମିକାରେ ନଜର ଆସିବେ । ସେହିଭଳି ସନ୍ନିଙ୍କ ନାୟିକା ସାଜିବେ ଜାହ୍ନବୀ । ୧୫ ନଭେମ୍ବର ୨୦୧୯ରେ ରିଲିଜ୍ ହୋଇଥିବା ‘ହେଲେନ୍’ ଏକ ସଫଳ ମାଲୟାଲମ୍ ଫିଲ୍ମ | ଏପରିକି ଏହି ଫିଲ୍ମଟିକୁ ଜାତୀୟ ପୁରସ୍କାର ମଧ୍ୟ ମିଳିଛି। ମହାମାରୀ କରୋନା ପାଇଁ ଏବେ ଫିଲ୍ମଟିର ସୁଟିଂ ମୁମ୍ବାଇରେ କରାଯାଉଛି।

Leave a comment