ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୋନୁ ସୁଦ୍‌, ମହନୀୟତା ପାଇଁ ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୋନୁ ସୁଦ୍ । ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ନବୀନ ନିବାସକୁ ଯାଇ ସୋନୁ ସୁଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । କୋଭିଡ ସମୟରେ ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ସାହାଯ୍ୟ କରିଥିଲେ ସୋନୁ ସୁଦ୍ । ସୋନୁଙ୍କ ସହାୟତାରେ ଶତାଧିକ ଛାତ୍ର ଓ ଶ୍ରମିକ ଓଡ଼ିଶା ଫେରି ପାରିଥିଲେ । କୋଭିଡ ସମୟରେ ଅଭିନେତା ସୋନୁ ସୁଦଙ୍କ ସହାୟତା ଯୋଗୁ କେରଳରୁ ସ୍ୱତନ୍ତ୍ର ବିମାନ ଯୋଗେ କେନ୍ଦ୍ରାପଡ଼ାର ୧୬୭ ଯୁବତୀ ଓ ୨୨ ଜଣ ଯୁବକ ଘରକୁ ଫେରିଥିଲେ । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଥିଲେ । ସୋନୁଙ୍କ ଏପରି କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

କୋଭିଡ ସମୟରେ ପ୍ରବାସୀଙ୍କ ଭଗବାନ ଥିଲେ ସୋନୁ ସୁଦ । ସୋନୁଙ୍କ ସହାୟତାରେ ହଜାର ହଜାର ଛାତ୍ର ବିଦେଶରୁ ଫେରି ପାରିଥିଲେ । ଓଡିଶା ସମେତ ଏକାଧିକ ରାଜ୍ୟର ଛାତ୍ର ଓ ଶ୍ରମିକଙ୍କୁ ସ୍ୱରାଜ୍ୟ ଫେରାଇ ଆଣିବାରେ ସୋନୁ ସାଜିଥିଲେ କର୍ଣ୍ଣଧାର । ଅନେକ ଅସହାୟ ଲୋକଙ୍କୁ ଖାଦ୍ୟ ଦେବା ଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ସୋନୁ ସୁଦ । ଯେଉଁଥିପାଇଁ ତାଙ୍କୁ ପ୍ରବାସୀଙ୍କ ଭଗବାନ ବୋଲି ବିବେଚନା କରାଯାଏ । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଖୁସି ବ୍ୟକ୍ତ କରିଛନ୍ତି ଅଭିନେତା ସୋନୁ ସୁଦ ।

Leave A Reply

Your email address will not be published.