ବିବାଦୀୟ ଟ୍ବିଟ କରି ବନ୍ଧା ହେଲେ ଅଭିନେତା କମାଲ ଆର୍‌ ଖାନ୍‌

ମୁମ୍ବାଇ : ଅଭିନେତା କମଲ ଖାନଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଛି। ମୁମ୍ବାଇ ମଲାଡ ପୁଲିସ ଆଜି ତାଙ୍କୁ ମୁମ୍ବାଇ ବିମାନବନ୍ଦରରୁ ଗିରଫ କରିଛି। ଏକ ବିବଦୀୟ ଟ୍ୱିଟ୍‌କୁ ନେଇ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା। ୨୦୨୦ ମସିହାରେ କମଲ ଖାନ ଏହି ବିବାଦୀୟ ଟୁଇଟ୍ କରିଥିଲେ। ମୁମ୍ବାଇ ବିମାନବନ୍ଦରରେ ଆଜି ପହଞ୍ଚିବା ମାତ୍ରେ ତାଙ୍କୁ ଗିରଫ କରାଯାଇଥିଲା। ଆଜି ତାଙ୍କୁ ବୋରିଭାଲୀ କୋର୍ଟରେ ହାଜର କରାଯିବ।

ଏହା ପ୍ରଥମ ଘଟଣା ନୁହେଁ ଯେ କମାଲ ଆର ଖାନ ତାଙ୍କର କୌଣସି ଟ୍ୱିଟ ପାଇଁ ଅସୁବିଧାରେ ଅଛନ୍ତି । କେଆର୍‌କେ ସର୍ବଦା ନିଜର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିଜ ପକ୍ଷ ରଖିବାକୁ ଯାଇ ସେ ପ୍ରାୟତଃ ସୋଶାଲ ମିଡିଆରେ ବିଭିନ୍ନ ବ୍ୟକ୍ତିବିଶେଷ ତଥା ଅଭିନେତା ଅଭିନେତ୍ରୀଙ୍କୁ ଟ୍ରୋଲ କରନ୍ତି। କିନ୍ତୁ, ଏଥର ତାଙ୍କୁ ତାଙ୍କର ଏହି ତରିକା ଭାରି ପଡିଛି। ଦୁଇ ବର୍ଷ ପୂର୍ବର ନିଜର ଏକ ବିବାଦୀୟ ଟ୍ୱିଟ୍‌କୁ ନେଇ ସେ ଫସିଛନ୍ତି। ତାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ମଲାଡ ପୁଲିସ ଅଭିନେତା କମାଲ ଆର୍‌ ଖାନ୍‌ଙ୍କୁ ବିମାନ ବନ୍ଦରରୁ ଅଟକ ରଖିବା ସହ ପଚରାଉଚରା ପରେ ଗିରଫ କରିଛି।

କମାଲ ଆର ଖାନ ସର୍ବଦା ବିବାଦୀୟ ଟ୍ୱିଟ୍‌କୁ ନେଇ ଚର୍ଚ୍ଚାରେ ରୁହନ୍ତି। ଖୋଲାଖୋଲି ଭାବେ ସୋଶାଲ ମିଡିଆରେ ବଡ ବଡ ସେଲେବ୍ରିଟିକୁ ସେ ଟାର୍ଗେଟ୍‌ କରନ୍ତି। ଏହାପୂର୍ବରୁ ମଧ୍ୟ କେଆର୍‌କେ ନିଜର ଏକ ଟ୍ୱିଟ୍‌କୁ ନେଇ ଆଇନ ଜାଲରେ ଫସି ସାରିଛନ୍ତି। ବଲିଉଡ ଅଭିନେତା ସଲମାନ ଖାନ୍‌ ତାଙ୍କ ବିରୋଧରେ ମାନମାନୀ ମାମଲ ରୁଜୁ କରିଥିଲେ। ବାସ୍ତବରେ କେଆର୍‌କେ ସଲମାନ ଖାନ୍‌ଙ୍କ ଫିଲ୍ମ ‘ରାଧେ’କୁ ନେଇ ସୋଶାଲ ମିଡିଆରେ ନେଗେଟିଭ୍‌ ରିଭ୍ୟୁ ଦେଇଥିଲେ। ଏଥିସହ ସଲମାନଙ୍କ ଉପରେ ବ୍ୟକ୍ତିଗତ ଟିପ୍ପଣୀ କରିଥିଲେ। ଏହି କାରଣରୁ ବଲିଉଡର ଭାଇଜାନ ସଲମାନ ତାଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

Leave a comment