ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟିକସକୁ ନେଇ ବିବାଦ: ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିନେତ୍ରୀ ଅନୁଷ୍କା ଶର୍ମା

ମୁମ୍ବାଇ: ବମ୍ବେ ହାଇକୋର୍ଟରେ ଅଭିନେତ୍ରୀ ଅନୁଷ୍କା ଶର୍ମା । ସେଲ୍ସ ଟ୍ୟାକ୍ସ ବିଭାଗର ନୋଟିସକୁ ଚ୍ୟାଲେଞ୍ଜ କରି ଅନୁଷ୍କା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୨୦୧୩-୧୩ ଓ ୨୦୧୩-୧୪ ଆର୍ଥିକ ବର୍ଷର ବକେୟା ଟିକସ ପାଇଁ ଅନୁଷ୍କାଙ୍କୁ ନୋଟିସ୍ ଜାରି କରିଥିଲା ସେଲ୍ସ ଟ୍ୟାକ୍ସ ବିଭାଗ ।

ସୂଚନା ଅନୁଯାୟୀ, ଗତମାସରେ ଅନୁଷ୍କା ଶର୍ମା ନିଜ ଟ୍ୟାକ୍ସ କନସଲଣ୍ଟାଣ୍ଟ ସାହାଯ୍ୟରେ ୨ଟି ଆବେଦନ କରିଥିଲେ । ବମ୍ବେ ହାଇକୋର୍ଟ ସେଲ୍ସ ଟ୍ୟାକ୍ସ ବିଭାଗକୁ ୩ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ କହିଛି । ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରୀ ୬ ତାରିଖରେ ହେବ। ଗତଥର ଶୁଣାଣି ବେଳେ କୋର୍ଟ ଅନୁଷ୍କାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଟ୍ୟାକ୍ସ କନସଲଣ୍ଟାଣ୍ଟ ଜରିଆରେ ମାମଲା ଦାୟରକୁ କୋର୍ଟ ନା ପସନ୍ଦ କରିଥିଲେ । ଓକିଲଙ୍କୁ ପଚାରିଥିଲେ ଅନୁଷ୍କା କଣ ନିଜେ ଆବେଦନ କରି ପାରିବେ ନାହିଁ । ଯାହା ପରେ ଅନୁଷ୍କା ଓକିଲଙ୍କ ଜରିଆରେ ଦେଇଥିବା ଆବେଦନକୁ ଫେରାଇ ନେବା ସହ ନିଜେ ନୂଆ ଆବେଦନ କରିଥିଲେ ।

 

Leave A Reply

Your email address will not be published.