ବଲିଉଡ୍ ଅଭିନେତା ଅମୀର ଖାନ୍ କରୋନା ସଂକ୍ରମିତ

ମୁମ୍ବଇ: ବଲିଉଡ ଅଭିନେତା ଅମୀର ଖାନ୍ କରେନା ସଂକ୍ରମିତ ହୋଇଛନ୍ତି। ତାଙ୍କ କୋଭିଡ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ନିଜ ଘରେ ସଂଗରୋଧରେ ରହିଥିବା ଜଣାପଡିଛି । କିଛିଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂପର୍କରେ ଆସିଛନ୍ତି ସମସ୍ତେ କୋଭିଡ୍ ଟେଷ୍ଟ କରାଇନେବାକୁ ସେ ଅନୁରୋଧ କରିଛନ୍ତି ।
Aamir Khan has tested positive for COVID-19. He is at home in self-quarantine, following all the protocols and he’s doing fine. All those who came in contact with him in the recent past should get themselves tested as a precautionary measure: Spokesperson of Aamir Khan. pic.twitter.com/85j4MDmadr
— ANI (@ANI) March 24, 2021
ଆଗାମୀ ଚଳଚ୍ଚିତ୍ର ‘ଲାଲ୍ ସିଂ ଚଡ୍ଡା’ କୁ ନେଇ ବେସ୍ ଚର୍ଚ୍ଚାରେ ଥିଲେ ଅମୀର ଖାନ୍ । ଏହି ଚଳଚିତ୍ରଟି ହଲିଉଡ ଚଳଚିତ୍ର ‘ଫରେଷ୍ଟ ଗଂପ’ ର ହିନ୍ଦି ରିମେକ୍ । ଏହି ଚଳଚିତ୍ରରେ ଅମୀରଙ୍କ ବିପକ୍ଷରେ କରୀନା କପୁର ଅଭିନୟ କରୁଥିବା ବେଳେ ମୋନା ସିଂ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିବା ସୂଚନା ମିଳିଛି ।