ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡ୍ରାଇଭର ମହାସଙ୍ଘର ଆନ୍ଦୋଳନ ବେଳେ ଜନସାଧାରଣ ଓ ପରୀକ୍ଷାର୍ଥୀ ହଇରାଣ ହେଲେ ନିଆଯିବ କାର୍ଯ୍ଯାନୁଷ୍ଠାନ

ଭୁବନେଶ୍ବର: ଓଡ଼ିଶା ଡ୍ରାଇଭର ମହାସଂଘ ଆସନ୍ତାକାଲି ଠାରୁ ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ଡାକରା ଦେଇଛି। ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବ ବୋଲି  ସଂଘ କହିଛି। ଏବେ ଦଶମ ପରୀକ୍ଷା ଚାଲିଥିବା ହେତୁ ଭୁବନେଶ୍ୱର ସହରରେ କୌଣସି ଧାରଣା ଦିଆଯିବନାହିଁ ବୋଲି ସଙ୍ଘ କହିଛି। ଓଡ଼ିଶା ଡ୍ରାଇଭର ମହାସଂଘ ସହ ଓଡ଼ିଶା ମଟର ଚାଳକ ସଂଘ, ନାଇଟ ହେଲ୍ପ ଟ୍ରଷ୍ଟ କ୍ୟାବ ସର୍ଭିସ୍ ସଂଘ, ଓଡ଼ିଶା ପରିବହନ ଚାଳକ ସଂଘ ଓ କଳିଙ୍ଗ ଅଟୋ ଚାଳକ ମହାସଂଘ ଏପରି ନିଷ୍ପତ୍ତି ନେଇଛନ୍ତି । ଏହା ଅନୁଯାୟୀ ଭୁବନେଶ୍ବରରେ କୌଣସି ବିରୋଧ କାର୍ଯ୍ଯକ୍ରମ କରିବୁ ନାହିଁ ବୋଲି ସଂଘ କହିଛି।

ତେବ ଏହି ଡ୍ରାଇଭର ମହାସଂଘର ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପ୍ରସଙ୍ଗରେ ସିପି କହିଛନ୍ତି ଯେ, ଗାଡି ଚଳାଚଳ ନେଇ ବିରୋଧ କଲେ ଆନ୍ଦୋଳକାରୀଙ୍କ ଉପରେ ଆବଶ୍ୟକ ସ୍ଥଳେ କାର୍ଯ୍ଯାନୁଷ୍ଠାନ ନିଆଯିବ। ଜନସାଧାରଣ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ କମିଶନରେଟ ପୁଲିସ ସଜାଗ ରହିଛି। କୌଣସି ଅସୁବିଧାର ସମ୍ମୁଖୀନ ହେଲେ ୧୧୨ କୁ କଲ କରି ସହଯୋଗ ନେଇପାରିବେ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ପରୀକ୍ଷାର୍ଥୀ, ବିମାନଯାତ୍ରୀ, ରେଳଯାତ୍ରୀ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ପୁଲିସ ସଜାଗ ରହିବ। ଭୁବନେଶ୍ୱରରେ ଅତିରିକ୍ତ ସୁରକ୍ଷା ଦାଇତ୍ୱରେ ୧୫ ପୁଲିସ ଫୋର୍ସ ୪୦ ଅଫିସର ମୁତୟନ ରହିବେ। ଏହା ସହିତ ସବୁ ଥାନା ଆଇଆଇସି ଓ ପିସିଆର ସଜାଗ ରହିବେ ବୋଲି ସିପିଙ୍କ ପକ୍ଷରୁ କୁହାଯାଇଛି।

ସେହପରି ସମ୍ବଲପୁର ପୁଲିସ ମଧ୍ୟ ଏକ ଗାଇଡଲାଇନ ଜାରିକରିଛି। ସମ୍ବଲପୁର ଜିଲ୍ଲାର କୌଣସି ରାସ୍ତା ଅବରୋଧ କରିବା ଉପରେ କଟକଣା ଲାଗାଯାଇଛି। ମାଟ୍ରିକ ପରୀକ୍ଷାରେ ବ୍ୟାଘାତ ହେଲେ କଡା କାର୍ଯ୍ଯାନୁଷ୍ଠାନ ନିଆଯିବ। ଗାଡି ଚଳାଉଥିବା ଡ୍ରାଇଭରକୁ ଅଟକାଇଲେ ମଧ୍ଯ ହେବ କାର୍ଯ୍ଯାନୁଷ୍ଠାନ। ଟ୍ରାଫିକ ବ୍ୟବସ୍ଥାରେ ବ୍ୟାଘାତ ସୃଷ୍ଟି ହେଲେ ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯିବ। ବନ୍ଦ ପୂର୍ବରୁ ଡ୍ରାଇଭର ସଙ୍ଘକୁ ସମ୍ବଲପୁର ପୁଲିସ ପକ୍ଷରୁ କଡା ନିର୍ଦେଶ ଦିଆଯାଇଛି।

Leave A Reply

Your email address will not be published.