ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହିଂସା ଘଟାଇଥିବା ଡ୍ରାଇଭର୍‌ଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ନିଜର ଦାବି ପୂରଣ ନାମରେ ଗତ ୧୮ ତାରିଖରେ ଡ୍ରାଇଭର ସଂଘ ରାଜଧାନୀରେ ଯେଭଳି ଆତଙ୍କ ରଚାଇଲେ ତାହାକୁ ସହରବାସୀ ଭୁଲି ପାରିବେ ନାହିଁ। ୫୦ ହଜାର ଡ୍ରାଇଭର ରାତିଅଧିଆ ସହର ଭିତରକୁ ପଶି ଆସି ଆତଙ୍କ ଘଟାଇଥିଲେ। ଲାଠି ଏବଂ ଅନ୍ୟାନ୍ୟ ଅସ୍ତ୍ର ସାହାଯ୍ୟରେ ଯାହାକୁ ପାଇଲେ ପିଟିଲେ। ଏପରିକି ମାଷ୍ଟରକ୍ୟାଣ୍ଟିନ୍‍ ଘୋଡ଼ା ଉପରେ ଚଢ଼ି ନାଚିଲେ। ରାଜଧାନୀରେ ଏଭଳି ହଂସା ଘଟାଇଥିବା ଡ୍ରାଇଭରଙ୍କ ବିରୋଧରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି। ଗଣମାଧ୍ୟମରେ ବାଜୁଥିବା ଭିଡିଓ, ଫଟୋ ଏବଂ ସିସିଟିଭି ଫୁଟେଜ୍‍ ମାଧ୍ୟମରେ ଗଣ୍ଡଗୋଳକାରୀ ଡ୍ରାଇଭରଙ୍କ ଫଟୋ ସଂଗ୍ରହ କରାଯାଇଛି। ଏହି ଫଟୋ ମାଧ୍ୟମରେ ଡ୍ରାଇଭରଙ୍କ ନାମ, ଠିକଣା ଏବଂ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରାଯାଉଛି। କମିସନରେଟ୍‍ ପୁଲିସ ଆର୍‍ଟିଓ ସହ ଯୋଗାଯୋଗ ରଖି ଏଭଳି ପଦେକ୍ଷପ ନେଇଛି।

ବିଭିନ୍ନ ଫଟୋକୁ ପୁଲିସ ଆର୍‍ଟିଓ ନିକଟକୁ ପଠାଇ ଦେଉଛି। ଆରଟିଓ ଏହି ଫଟୋକୁ ସ୍ୱତନ୍ତ୍ର ସଫ୍ଟୱେୟାରରେ ପକାଇ ଡ୍ରାଇଭରଙ୍କ ନାମ, ଠିକଣା ବାହାର କରି ପୁଲିସକୁ ଦେଇଛି। ତେଣୁ ପୁଲିସ ଏଭଳି ମାଧ୍ୟମରେ ୧୫୦ ଡ୍ରାଇଭରଙ୍କୁ ଚିହ୍ନଟ କରିଛି। ତେଣୁ ଖୁବ୍‍ ଶୀଘ୍ର ସେମାନଙ୍କ ଘରେ ଚଢ଼ଉ କରାଯାଇ ଗିରଫ କରାଯିବ ବୋଲି କମିସନରେଟ୍‍ ପୁଲିସର ଜଣେ ଅଧିକାରୀ କହିଛନ୍ତି। ଆହୁରି ମଧ୍ୟ ହିଂସା ଘଟାଇଥିବା ଏବଂ ପ୍ରବର୍ତ୍ତାଇଥିବା ଡ୍ରାଇଭରଙ୍କୁ ଗିରଫ ସହ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ। ଏକ ସ୍ୱତନ୍ତ୍ର ଟିମ୍‍ ଏହି ମାମଲାର ତଦନ୍ତ କରୁଛି। ଖାରବେଳନଗର ଥାନା ପୁଲିସ ଏବଂ କ୍ୟାପିଟାଲ ଥାନା ପୁଲିସକୁ ନେଇ ଏହି ଟିମ୍‍ ଗଠନ କରାଯାଇଛି। ଏହିଭଳି ଗଣ୍ଡଗୋଳ ପାଇଁ ପୁଲିସ ୩ଟି ମାମଲା ରୁଜୁ କରିଛି।

Leave A Reply

Your email address will not be published.