ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନାବାଳିକାକୁ ଘରେ କାମ କରାଇବା ଓ ଅମାନୁଷିକ ଭାବେ ନିର୍ଯ୍ୟାତନା ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ

ନୟାପଲ୍ଲୀ : ଚାଇଲଡ଼ ଲାଇନ ପକ୍ଷରୁ ନୟାପଲ୍ଲୀ ଥାନାରେ ଏତଲା ପରେ ଦମ୍ପତ୍ତି ଗିରଫ । ବିଭୁତି ପାଟଶାଣୀ ଓ ସୋନାଲି ପାଟଶାଣୀଙ୍କୁ ଗିରଫ କଲା ପୋଲିସ। ସେପଟେ ଘଟଣାକୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ଘୋର ନିନ୍ଦା। ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ ତଥା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ। କମିଶନ ଅଧ୍ୟକ୍ଷା ମନ୍ଦାକିନି କରଙ୍କ କ୍ୟାପିଟାଲ ହସ୍ପିଟାଲ ସଖୀ କେନ୍ଦ୍ରକୁ ଗସ୍ତ । ହସ୍ପିଟାଲରେ ନିର୍ଯାତନାର ଶିକାର ନାବାଳିକାର ବୟାନ ରେକର୍ଡ ସହ ବୁଝିଲେ ସ୍ୱାସ୍ଥ୍ୟବସ୍ଥା । ସିଡ଼ିଏମଓଙ୍କୁ ୩ଦିନ ମଧ୍ୟରେ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ, ଡିସିପିଓ ଏବଂ ଶ୍ରମ ଅଧିକାରୀଙ୍କୁ ୧୦ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁନିର୍ଦେଶ ଦେଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା।

Leave A Reply

Your email address will not be published.