ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ପ୍ରସଙ୍ଗ: ବିଶୃଙ୍ଖଳା ଓ ନିୟମ ଅମାନ୍ୟଙ୍କ ବିରୁଦ୍ଧରେ ନିଆଯିବ ଦୃଢ କାର୍ଯ୍ଯାନୁଷ୍ଠାନ

ଭୁବନେଶ୍ୱର: ଓଡ଼ିଶା ଡ୍ରାଇଭର ମହାସଂଘର ଲୋଏର ପିଏଜିରେ ଆନ୍ଦଳନ ପ୍ରସଙ୍ଗ। ବିଶୃଙ୍ଖଳା ଓ ନିୟମ ଅମାନ୍ୟଙ୍କ ବିରୁଦ୍ଧରେ ନିଆଯିବ ଦୃଢ କାର୍ଯ୍ଯାନୁଷ୍ଠାନ। ସବୁ ଘଟଣାର ଭିଡିଓ ସଂଗ୍ରହ କରାଯାଉଛି। ଭିଡିଓ ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ଯନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ। ଗୁଇନ୍ଦା ରିପୋର୍ଟ ଅନୁଯାୟୀ ପୂର୍ବରୁ ଆମ ପାଖରେ ଆନ୍ଦୋଳନରେ ଯୋଗ ଦେବାକୁ ୨୫ ହଜାର ଡ୍ରାଇଭର ଆସିବା ନେଇ ଖବର ଥିଲା। ଏନେଇ ଆମେ ପ୍ରସ୍ତୁତ ଥିଲୁ ।

ପୁରୀ କଟକ ବାଇପାସରେ ଗାଡ଼ି ରଖିବେ ବୋଲି କହିଥିଲେ ଆନ୍ଦୋଳନକୁ ଆସିବାକୁ ଥିବା ଡ୍ରାଇଭର ମହାସଂଘ ନେତା । ହେଲେ ସେମାନେ ନିୟମ ଭାଙ୍ଗିଛନ୍ତି । ଏନେଇ ତିନୋଟି ମାମଲା ରୁଜୁ ହୋଇଛି । ୨ଟି ରାସ୍ତା ରୋକ ଓ ଗୋଟିଏ ଧାରଣା ସ୍ଥଳରେ ୧୪୪ ଧାରା ଉଲ୍ଲଂଘନ କରିଛନ୍ତି ଆନ୍ଦୋଳନରତ ଡ୍ରାଇଭର । ନେତା ଓ କର୍ମୀଙ୍କ ମଧ୍ୟରେ ସମନ୍ୱୟ ନଥିବାରୁ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ବୋଲି କହିଛନ୍ତି ଡିସିପି।

Leave A Reply

Your email address will not be published.