ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ପଜିଟିଭ୍ ଚିହ୍ନଟ ଗୁରୁତର ରୋଗୀ ହିଁ କେବଳ ହସ୍ପିଟାଲକୁ ଆସନ୍ତୁ, ନହେଲେ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହୁଅନ୍ତୁ’ – ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ

ଭୁବନେଶ୍ବର: କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ପ୍ରେସମିଟ୍ ଜରିଆରେ ସୂଚନା ଦେଇ କହିଛନ୍ତି ଯେ, ପଜିଟିଭ୍ ହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ।  ଛାନିଆ ହୋଇ ହସ୍ପିଟାଲ ଆସନ୍ତୁନି । ପଜିଟିଭ ହେଲେ ହଠାତ ହସ୍ପିଟାଲ ଆସିବା ଦରକାର ନାହିଁ ଘରେ ରହି ପ୍ରଶାସନ ସହ ଯୋଗାଯୋଗ କରି ଚିକିତ୍ସିତ ହୁଅନ୍ତୁ। ଗୁରୁତର ରୋଗୀ ହିଁ କେବଳ ହସ୍ପିଟାଲକୁ ଆସନ୍ତୁ ନ ହେଲେ ଘରେ ସଙ୍ଗରୋଧରେ ରହି ଚିକିତ୍ସା ହେବା ସବୁଠୁ ଭଲ ବୋଲି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

ସେ ଆହୁରି ମଧ୍ଯ କହିଛନ୍ତି ଯେ, କରୋନାର ୨ୟ ଲହର ଭାରି ଭୟାନକ। ଦୈନିକ ଭାରତରେ ପାଖାପାଖି ସାଢେ ୩ ଲକ୍ଷ ଆକ୍ରାନ୍ତ ବାହାରୁଛନ୍ତି ଦୈନିକ ସାଢେ ୩ ହଜାର ଲୋକ ଦେଶରେ ମୃତ୍ୟୁବରଣ କରୁଛନ୍ତି। ଓଡିଶାରେ ଆଜି ରେକର୍ଡ ସଂଖ୍ଯକ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ରାଜ୍ୟବାସୀଙ୍କୁ ଅନୁରୋଧ ସମସ୍ତେ କରୋନା ନିୟମ ମାନନ୍ତୁ। ବଜାର ହାଟ ଗଲେ ସଚେତନ ରୁହନ୍ତୁ। ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ବଢିଛି ଟେଷ୍ଟିଂ ୫୦ ହଜାର ଉପରେ ରାପିଟ ଆଣ୍ଟିଜେନ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି।

ରାଜ୍ୟରେ ପର୍ଯ୍ଯାପ୍ତ ପରିମାଣର ରେମେଡେସିଭିର ଅଛି। ପିପିଇ କିଟ୍, ମାସ୍କ, ଗ୍ଲୋଭସ୍, ମାସ୍କ ୨ ମାସର ଷ୍ଟକ୍ ଅଛି। ରାଜ୍ୟରେ ୮୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଗୃହ ସଙ୍ଗରୋଧରେ ଅଛନ୍ତି।  ରାଜ୍ୟରେ ଦିନକୁ ୩ରୁ ୪ ଲକ୍ଷ ଟିକାକରଣ କ୍ଷମତା ରହିଛି। ଆମ ରାଜ୍ୟରେ ଟିକା ୱେଷ୍ଟେଜ୍ ମାଇନସ୍ ରହିଛି।

ଯେଉଁମାନେ ଟିକାର ପ୍ରଥମ ଡୋଜ ନେଇସାରିଛନ୍ତି ଟିକାକରଣ କେନ୍ଦ୍ରରେ ସେମାନଙ୍କୁ ଦ୍ବିତୀୟ ଡୋଜ ନେବାରେ ସହଯୋଗ କରନ୍ତୁ। ଠିକ ସମୟରେ ଦ୍ବିତୀୟ ଡୋଜ ନ ନେଲେ ଉକ୍ତ ପ୍ରଥମ ଟିକାର ପ୍ରଭାବ କମ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.