ଅନୈତିକ ସମ୍ପର୍କ ଓ ନିଶା କାରବାରକୁ ନେଇ ଏସିଡ ଆଟାକ

ଦେବଗଡ଼: ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ରଜାମୁଣ୍ଡା ଗ୍ରାମ ଠାରେ ଜଣେ ଯୁବକ ଉପରେ ଏସିଡ ମାଡ଼ ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ଜଣେ ମହିଳା ସମେତ ୨ ଜଣକୁ ଗିରଫ କଲା ଦେବଗଡ଼ ଥାନା ପୁଲିସ । ଅନୈତିକ ସମ୍ପର୍କ ଓ ନିଶା କାରବାର ଅର୍ଥ ଭାଗବଣ୍ଟାକୁ ନେଇ ହୋଇଥିଲା ଏସିଡ ଆଟାକ। ଜାନୁଆରୀ ୯ ତାରିଖ ରାତିରେ ଘଟିଥିଲା ଘଟଣା । ଏସିଡ ମାଡ଼ରେ ୨୨ ବର୍ଷୀୟ ଯୁବକ ସିକନ ପ୍ରଧାନ ଗୁରୁତର ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ପୀଡିତ ଯୁବକଙ୍କ ପରିବାର ପକ୍ଷରୁ ଦେବଗଡ଼ ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ଘଟଣାର ତଦନ୍ତ ପରେ ଏସିଡ ଆଟାକର ରହସ୍ୟକୁ ପୁଲିସ ପର୍ଦାଫାସ କରିଥିବାବେଳେ ଘଟଣାର ସମ୍ପୃକ୍ତ ଦୁଇ ଅଭିଯୁକ୍ତ ସୁକାନ୍ତି ମୁଣ୍ଡା ଓମାଣ୍ଡୁଲୁ ମୁଣ୍ଡାକୁ ଦଫା ୩୨୬ଏ ରେ ଗିରଫ କରିଥିବା ଆଇଆଇସି ସୁରେନ୍ଦ୍ର କୁମାର ନାୟକ ସୂଚନା ଦେଇଛନ୍ତି ।