ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହିଳାଙ୍କୁ ବଳାତ୍କାର ଅଭିଯୋଗ; ନ୍ୟାୟ ଦାବିରେ ଅଭିଯୁକ୍ତ ଘର ସାମ୍ନାରେ ବସିଲେ ପୀଡ଼ିତା

ଗରଦପୁର : ଘରେ ଏକୁଟିଆ ଥିବା ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ ପାଟକୁରା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ, ଏହି ଥାନା ଅଧିନ ପେଣ୍ଠ ଅଞ୍ଚଳର ଜଣେ ମହିଳା ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କୁ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କୁ ଜଣାଇବାରୁ ମହିଳାଙ୍କ ସ୍ୱାମୀ ତାଙ୍କୁ ଘରୁ ବିଦା କରିଥିବା ଅଭିଯୋଗ ହୋଇଛି । ଅନ୍ୟକିଛି ଉପାୟ ନପାଇ ବଳାତ୍କାର କରିଥିବା ଅଭିଯୁକ୍ତର ଘର ସାମ୍ନାରେ ପୀଡ଼ିତା ମହିଳା ନ୍ୟାୟ ଦାବି କରି ବସି ରହିଛନ୍ତି । ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଉକ୍ତ ମହିଳାଙ୍କ ମେଡ଼ିକାଲ ପରୀକ୍ଷା କରାଇଛି । ଏନେଇ ଅଭିଯୁକ୍ତ ସାଜିତ ସ୍ୱାଇଁ ବିରୋଧରେ ଏକ ମାମଲା ୪୧୦/୨୨ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଥାନରେ ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ସାଜିତ ଫେରାର ହୋଇଯାଇଥିବା ଜାଣିବାକୁ ମିଳିଛି ।

Leave A Reply

Your email address will not be published.