ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନାବାଳିକାକୁ ଦୁଷ୍କର୍ମ ଅଭିଯୁକ୍ତ ଫେରାର୍‍

ବାଲିପାଟଣା : ବାଲିପାଟଣା ଥାନା କ୍ଷେତ୍ରରେ ଜଣେ ୯ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ହୋଇଛି। ଦୁଷ୍କର୍ମ କରିଥିବା ଯୁବକ ଫେରାର୍‍ ହୋଇଯାଇଛି। ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ବାଲିପାଟଣା ପିସିଆର୍‍ ପୁଲିସ୍‍ କର୍ମଚାରୀ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ନାବାଳିକାଙ୍କୁ କ୍ୟାପିଟାଲ୍‍ ହସ୍ପିଟାଲ୍‍ ପଠାଇ ଦିଆଯାଇଛି। ଦୁଷ୍କର୍ମ ଘଟଣାକୁ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ ହୋଇଛି। ନାବାଳିକା ଜଣକ ଗ୍ରାମ ନଳକୂଅରୁ ପାଣି ଆଣିବାକୁ ଯିବାବେଳେ ସମ୍ପୃକ୍ତ ଯୁବକ ବିଶ୍ୱଜିତ୍‍ ସେଠୀର ପାପ ନଜର ପଡ଼ିଥିଲା।

ଝିଅଟିକୁ ବିଶ୍ୱଜିତ୍‍ ନିଜ ଘର ପାଇଖାନାକୁ ନେଇ ଦୁଷ୍କର୍ମ କରିଥିଲା। ନାବାଳିକା ଜଣକ ଭୟ କରିଯିବା ସହ କାନ୍ଦି କନ୍ଦି ଘରେ ପହଞ୍ଚି ପରିବାର ଲୋକଙ୍କୁ ଜଣାଇଥିଲେ। ସେତେବେଳକୁ ନାବାଳିକା ଅବସ୍ଥା ଗୁରୁତର ହୋଇଯାଇଥିଲା। ପରିବାର ଲୋକେ ତୁରନ୍ତ ପୁଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ସଙ୍ଗେ ସଙ୍ଗେ ପିସିଆର୍‍ ଭ୍ୟାନ୍‍ ଗ୍ରାମରେ ପହଞ୍ଚି ନାବାଳିକାଙ୍କୁ ହସ୍ପିଟାଲ୍‍ରେ ଭର୍ତ୍ତି କରିଥିଲେ। ସନ୍ଧ୍ୟାରେ ନାବାଳିକାଙ୍କ ବାପା ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.