ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ, ବିଲ କରାଇବା ପାଇଁ ନେଉଥିଲେ ୧ ଲକ୍ଷ ଟଙ୍କା ଲାଞ୍ଚ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ବିକାଶ ଶାନା ।  ବିଲ କରାଇବାକୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ସୂଚନା ଅନୁଯାୟୀ, ଆକାଉଣ୍ଟାଣ୍ଟ ବିକାଶ ଶାନା ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବିଲ କରିବା ପାଇଁ ଦୁଇ ଲକ୍ଷ ଟଙ୍କା ଦାବି କରିଥିଲେ।  ସରକାରଙ୍କ ଦ୍ୱାରା ବିଭିନ୍ନ ସ୍କୁଲକୁ ଯୋଗାଣ କରାଯାଉଥିବା ମଧ୍ୟାହ୍ନ ଭୋଜନ ଚାଉଳର ପରିବହନ କରାଯାଇଥିବା ବିଲ କରିବା ପାଇଁ ଏହି ଲାଞ୍ଚ ସେ ନେଉଥିଲେ। ମଧ୍ୟାହ୍ନ ଭୋଜନ ଯୋଗାଇବା ପାଇଁ ଟେଣ୍ଡର ନେଇଥିବା ପରିବହନ କଣ୍ଟ୍ରାକ୍ଟର ମୋହନ ଚୌରାସିଆଙ୍କ ପ୍ରତିନିଧିଙ୍କୁ ଆକାଉଣ୍ଟାଣ୍ଟ ବିକାଶ ଦୁଇ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଠିକାଦାର ଭିଜିଲାନ୍ସରେ ଜଣାଇଥିଲେ। ଗୁରୁବାର ଆକାଉଣ୍ଟାଣ୍ଟ ବିକାଶଙ୍କୁ ଠିକାଦାର ଲକ୍ଷେ ଟଙ୍କା ଲାଞ୍ଚ ଦେଇଥିଲେ। ଏହି ସମୟରେ ପୂର୍ବରୁ ସେଠାରେ ଉପସ୍ଥିତ ଥିବା ଭିଜିଲାନ୍ସ ଟିମ୍‌ ମାଡି ବସିଥିଲେ । ବିକାଶଙ୍କ ଠାରୁ ଲକ୍ଷେ ଟଙ୍କା ଜବତ କରିଥିଲେ। ଏହା ପରେ ବିକାଶଙ୍କ ନବରଙ୍ଗପୁର ସ୍ଥିତ ଭଡାଘର ଓ ଉମରକୋଟ ଘରେ ଭିଜିଲାନ୍ସ ଟିମ୍‌ ଚଢାଉ କରିଛି।

Leave A Reply

Your email address will not be published.