ବାସ୍ତୁଶାସ୍ତ୍ର ଅନୁସାରେ ସକାରାତ୍ମକ ଶକ୍ତି ବୃଦ୍ଧି କରିବା ପାଇଁ ଘରର କେଉଁ ସ୍ଥାନରେ ରଖିବେ ଆଲମାରୀ, ଆସନ୍ତୁ ଜାଣିବା…

ବାସ୍ତୁଶାସ୍ତ୍ରରେ ନକାରାତ୍ମକ ଶକ୍ତି ଦୂର କରି ସକାରାତ୍ମକ ଶକ୍ତି ବୃଦ୍ଧି କରିବା ପାଇଁ ଗୁରୁତ୍ବ ଦିଆଯାଇଥାଏ। ଘରର ନିର୍ମାଣ ଶୈଳୀ ଓ ଆସବାବପତ୍ର କେଉଁ ଦିଗରେ ରହିଲେ, କିଭଳି ଭାବେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇବ, ସେସବୁ ପାଇଁ ଅନେକ ବାସ୍ତୁ ନିୟମ ରହିଛି। ଏହି ଧାରାରେ ଆଲମାରୀ ସମ୍ପର୍କିତ କିଛି ବାସ୍ତୁ ନିୟମ ହେଉଛି…

  • ବାସ୍ତୁଶାସ୍ତ୍ର ଅନୁସାରେ, ଉତ୍ତର ଦିଗକୁ କୁବେରଙ୍କ ଦିଗ କୁହାଯାଏ। ତେଣୁ ଆଲମାରୀକୁ ଦକ୍ଷିଣ ଦିଗ କାନ୍ଥରେ ଲଗାଇ ରଖନ୍ତୁ, ଯେପରିକି ଆଲମାରୀର କବାଟ ଉତ୍ତର ଦିଗକୁ ଖୋଲୁଥିବ। ଏଭଳି କରିବା ଦ୍ବାରା କେବେ ମଧ୍ୟ ଆର୍ଥିକ ସଙ୍କଟ ଦେଖାଯାଏ ନାହିଁ।

  • ଟଙ୍କା ରଖାଯାଉଥିବା ଆଲମାରୀ, ବାକ୍ସ, ପର୍ସ କିମ୍ବା ଡବାକୁ କେବେ ମଧ୍ୟ ସମ୍ପୂର୍ଣ୍ଣ ଖାଲି କରିବା ଉଚିତ ନୁହେଁ।

  • ଉପରୋକ୍ତ ପ୍ରତ୍ୟେକ ସ୍ଥାନକୁ ସଫାସୁତୁରା ରଖିବା ଆବଶ୍ୟକ।

  • ଅସନା ହାତରେ ପର୍ସ କିମ୍ବା ଆଲମାରୀରୁ ଟଙ୍କା ବାହାର କରନ୍ତୁ ନାହିଁ।

  • ବାଥ୍‌ରୁମ୍ କିମ୍ବା ଟଏଲେଟ୍‌ର କବାଟ ଖୋଲୁଥିବା ସ୍ଥାନର ସମ୍ମୁଖରେ ଆଲମାରୀ ରଖନ୍ତୁ ନାହିଁ। ଏଭଳି କରିବା ଦ୍ବାରା ଟଙ୍କା ଅଧିକ ଖର୍ଚ୍ଚ ହୋଇଥାଏ।

  • ଆଲମାରୀରେ ମା’ ଲକ୍ଷ୍ମୀ ଓ କୁବେର ବାସ କରିଥାନ୍ତି ବୋଲି ବିଶ୍ବାସ ରହିଛି। ତେଣୁ ଆଲମାରୀ ଭିତରେ ଲାଲ୍‌ କପଡ଼ା ରଖି, ତା’ ଉପରେ ଟଙ୍କା ଓ ଗହଣା ଆଦି ରଖନ୍ତୁ।

  • ଆଲମାରୀ ଖୋଲିବା ପୂର୍ବରୁ ଜୋତା ବା ଚପଲ ବାହାର କରିଦିଅନ୍ତୁ।

  • ଆଲମାରୀ ପାଖରେ ବୁଢିଆଣୀ ଜାଲି ନ ଲାଗିବା ଓ ଅସନା ନ ହେବା ପ୍ରତି ଧ୍ୟାନ ଦେବା ଉଚିତ। ଆଲମାରୀ ପାଖରେ ଝାଡ଼ୁ ରଖନ୍ତୁ ନାହିଁ।

  • କୋର୍ଟ କଚେରୀ ସମ୍ପର୍କିତ ବିବାଦୀୟ କାଗଜପତ୍ର କିମ୍ବା ଅଫିସ୍‌ ଫାଇଲ୍‌କୁ ଆଲମାରୀ ଭିତରେ ରଖନ୍ତୁ ନାହିଁ। ଏଥିଯୋଗୁ ମଧ୍ୟ ଆର୍ଥିକ ସମସ୍ୟା ବୃଦ୍ଧି ପାଇଥାଏ।

Leave a comment