ବାଇକ ଶିଖିବାକୁ ଯାଇ ଦୁର୍ଘଟଣା: ୧ ମୃତ, ୨ ଆହତ

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରିପଡା ଥାନା ଅନ୍ତର୍ଗତ ଗୁଡାରି ଠାରେ ଏକ ଦୁର୍ଘଟଣା ଘଟିଛି। ବାଇକ ଚଲା ଶିଖିବାକୁ ଯାଇଥିବା ବେଳେ ଦୁର୍ଘଟଣା ହୋଇଛି। ଏହି ବାଇକ ଚଲା ଶିଖୁଥିବା ବେଳେ ଦୁର୍ଘଟଣାରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ଯୁ ଘଟିଛି। ୨ ଜଣ ଆହତ ଓ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଫୁଲବାଣୀ ଅମଲାପଡ଼ାର ଡି. ଆଦର୍ଶ କୁମାର । ଗୁରୁତର ଥିବା ଫୁଲବାଣୀ ସାହିର ଦେବାଶିଷ ପରିଡା ଓ ଆଉ ଜଣେ ସାମାନ୍ୟ ଆହତ ହୋଇଥିବା ପ୍ରକୃତି ବିହାରର ଦେବିଦତ୍ତ ଚୌଧୁରୀ । ସମସ୍ତଙ୍କୁ ଉଦ୍ଧାର କରାଯାଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ଖବର ପାଇ ଘଟଣା ସ୍ଥାନରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।