ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଚାଉଳ ବୋଝେଇ ଟ୍ରକ : ୨ ମୃତ, ୪ ଗୁରୁତର

ମାଲକାନଗିରି  : ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଚାଉଳ ବୋଝେଇ ଟ୍ରକ। ଟ୍ରକ୍ ମାଡିଯିବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ଗ୍ରାମ ପଞ୍ଚାୟତ ଠାରେ । ପାଣ୍ଡ୍ରିପାଣି ପଞ୍ଚାୟତ ସରପଞ୍ଚ ସିବ ଖେମୁଡୁଙ୍କ ପୁଅ ର ବାହାଘର ପାଇଁ ବରଯାତ୍ରୀ ଯିବା ପାଇଁ ସମସ୍ତେ ପ୍ରସ୍ତୁତ ହୋଇଆସିଥିଲେ।

ବରଯାତ୍ରୀଙ୍କୁ ନେବା ପାଇଁ ଏକ ଗାଡି ପାଣ୍ଡ୍ରିପାଣି ଶିଶୁମନ୍ଦିର ପାଖରେ ଛିଡା ହୋଇଥିଲା। ବରଯାତ୍ରୀମାନେ ଗାଡିନିକଟରେ ଠିଆ ହୋଇଥିବା ସମୟରେ ଗୋଟେ ଟ୍ରକ ଦ୍ରୁତ ଗତିରେ ଆସି ଧକା ଦେଇଥିଲା ଯାହାଫଳରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଗୁରୁତର ରୂପେ ୪ ଜଣ ଆହତ ହୋଇଛନ୍ତି । ତେବେ ଏହି ଗୁରୁତର ମାନଙ୍କୁ ମାଲକାନଗିରି ଚିକିତ୍ସାଳୟକୁ ଅଣାଯାଇ ଚିକିତ୍ସା କରାଯାଉଛି । ଗୁରୁତରଙ୍କ ମଧ୍ୟରେ ପାଣ୍ଡ୍ରିପାଣି ସରପଞ୍ଚ ଶିବ ଖେମୁଡ ମଧ୍ୟ ରହିଛନ୍ତି ।

Leave A Reply

Your email address will not be published.