ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାଇକକୁ ପିଟି ସ୍କର୍ପିଓ ଫେରାର, ୧ ମୃତ

ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ ପଞ୍ଚାୟତର ଖମନପଡାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l ଉଜ୍ଜଳସିଂ ପନ୍ଦର ନାମକ ଏକ ବ୍ୟକ୍ତି ନିଜ ଗ୍ରାମ ବୁଡାକୂଂଦେଲି ରୁ ନିଜ ଶଶୁର ଘର ଖମନପଡା ଆସୁଥିବା ସମୟରେ ଖମନପଡା ଛକର ରାସ୍ତା କଡରେ ବାଇକ ରଖି ବାଇକ ଉପରେ ବସି ଥିବାବେଳେ ଏକ ଧଳା ରଙ୍ଗର ସ୍କୋର୍ପିଓ ଦ୍ରୁତ ବେଗରେ ଆସି ତାଙ୍କୁ 20 ମିଟର ପର୍ଯ୍ୟନ୍ତ ଘୋଷାଡ଼ି ଘୋଷାଡ଼ି ନେଇ ରାସ୍ତା ମଝିରେ ପିଟିଥିଲା ଯାହାଫଳରେ ତାଙ୍କର ମୃତ୍ୟୁ ହେଇଛି l ମୃତ୍ୟୁ ପରେ ଗ୍ରାମବାସୀ ତୁମୁଡିବନ୍ଧ ରୁ କଳାହାଣ୍ଡି କୁ ସଂଯୋଗ କରୁଥିବା 59 ନମ୍ବର ଜାତୀୟ ରାଜପଥ କୁ ଅବରୋଧ କରିଛନ୍ତି। ଫଳରେ ଅନେକ ଯାନବାହାନ ଅଟକି ରହିଛି l ଗ୍ରାମବାସୀଙ୍କ କହିବା ଅନୁଯାଇ ଯେଉଁପର୍ଯ୍ୟନ୍ତ ସରକାର କିମ୍ବା ଧକ୍କା ଦେଇଥିବା ସ୍କୋର୍ପିଓ ମାଲିକ ତାଙ୍କର ଦାବି ପୂରଣ କରିନାହାନ୍ତି ସେ ପର୍ଯ୍ୟନ୍ତ ଗ୍ରାମବାସୀ ରାଜରାସ୍ତା ଅବରୋଧ କରିବା ସହିତ ମୃତ୍ୟୁ ବ୍ୟକ୍ତି ଙ୍କ ଶରୀର କୁ ବ୍ୟବଛେଦ ପାଇଁ ନେବାକୁ ଦେବୁନି ବୋଲି କହିଛନ୍ତି l ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କର 5 ଗୋଟି ଛୁଆ ଥିବା ବେଳେ ଗୋଟିଏ ଶିଶୁପୁତ୍ର ମାତ୍ର 6 ମାସ ର ହେଇଥିବାର ଜଣାପଡିଛି ପରିବାର ର ଭରଣପୋଷଣ ଏବଂ ତାଙ୍କ ପିଲା ମାନଙ୍କ ର ଶିକ୍ଷାଗତ ର ସହାୟତା ପାଇଁ ସରକାର ତାଙ୍କୁ କିଛି ସହାୟତା ପ୍ରଦାନ କରନ୍ତୁ ବୋଲି କହିଛନ୍ତି।

Leave A Reply

Your email address will not be published.