ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାଞ୍ଜିପାଣି ଘାଟିରେ ଟ୍ରକ ଓଲଟି ଜଣେ ମୃତ : ଦୁଆରଶୁଣି ଘାଟିରେ ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌, ୧୦ ଆହତ

ତେଲକୋଇ/ବାରିପଦା : କେନ୍ଦୁଝରଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ ରେ କାଞ୍ଜିପାଣି ଘାଟି ପାଖ ବରାହାଦେଵତାରେ ଏକ ଲୁହାପଥର ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ କେନ୍ଦୁଝରରୁ ଲୁହାପଥର ବୋଝେଇକରି ଟିଏସ ଓ 07ୟୁଇ-3978 ନମ୍ବର ବିଶିଷ୍ଟ ଟ୍ରକ ଜାତୀୟ ରାଜପଥ ୪୯ରେ ସମ୍ବଲପୁର ଆଡ଼କୁ ଯାଉଥିବାବେଳେ କାଞ୍ଜିପାଣି ଥାନା ଅନ୍ତର୍ଗତ ବାରାହା ଦେବତା ପାଖରେ ଭାରସାମ୍ୟ ହରାଇ ଟ୍ରକଟି ଓଲଟି ପଡିଥିଲା।ପଳରେ ଚାପିହୋଇ ରମେଶ ନାମକ ଟ୍ରକ କର୍ମଚାରୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ତୁର୍କୀଶ ମଲ୍ଲିକ ନାମକ ଆଉଜଣେ ଟ୍ରକ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କର ଘର ହାଇଦ୍ରାବାଦ ବୋଲି ପ୍ରାଥମିକ ସୂଚନା ମିଳିଛି।

ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିର ଦୁଆରଶୁଣି ଘାଟିରେ ଏକ ବସ୍ ଏକ ଟ୍ରକ୍ ପଛରେ ପିଟି ହୋଇଯିବାରୁ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଜୟ ହନୁମାନ ନାମକ ଏହି ଘରୋଇ ବସଟି ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ରାଇରଙ୍ଗପୁରରୁ ବାରିପଦା ଆସୁଥିଲା। ବାଙ୍ଗିରିପୋଷିର ଦୁଆରଶୁଣି ଘାଟିରେ ହଠାତ ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରକ୍ ପଛରେ ପିଟି ହୋଇଥିଲା। ବସ୍‌ର ସାମ୍ନା କାଚ ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।

Leave A Reply

Your email address will not be published.