ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଧୁରା ରହିଲା ଜନ୍ମଦିନ ପାଳନ, ସଡ଼କ ଦୁର୍ଘଟଣାରେ ଡ଼ି ଫାର୍ମା ଛାତ୍ର ମୃତ

ବାହାନଗା :ବାହାନଗା-ଗୋପାଳପୁର ପୂର୍ତ୍ତ ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଡ଼ି ଫାର୍ମା ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ ପଥରପେଣ୍ଠ ପଂଚାୟତ ତାହାରପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁଅ ଶଶିକାନ୍ତ(୨୩)। ଖବର ଅନୁଯାୟୀ ଡ଼ି ଫାର୍ମା ଦ୍ୱିତୀୟ ବର୍ଷର ଛାତ୍ର ଶଶିକାନ୍ତଙ୍କର ଅପରାହ୍ନ ୩ଟାରେ ଗୋପାଳପୁର ସ୍ଥିତ ସେଂଚୁରିଆନ କଲେଜରେ ଇଣ୍ଟରନାଲ ପରୀକ୍ଷା ରହିଥିଲା। ସେଥିପାଇଁ ସେ ବାଇକ ଧରି ୨ଟାରେ ଘରୁ ଖାଇସାରି କଲେଜ ଆଭିମୁଖେ ବାହାରିଥିଲେ। ତେବେ ବାହାନଗା-ଗୋପାଳପୁର ପୂର୍ତ୍ତ  ପୂର୍ତ୍ତ ରାସ୍ତାରେ କମାରିପୁର ନିକଟରେ ସେ ଗୁରୁତର ଆହତ ଅବସ୍ଥାରେ ବାଇକ ସହିତ ରାସ୍ତା କଡ଼ରେ ପଡିଥିବା ବେଳେ ଷଠି ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ଗୋପାଳପୁର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରିଥିଲେ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶଶିକାନ୍ତଙ୍କ ମୁଣ୍ଡ ଓ ବେକରେ ଦୁର୍ଘଟଣା ଜନିତ ଗଭୀର କ୍ଷତ ଯୋଗୁଁ ଅତ୍ୟଧିକ ରକ୍ତସ୍ରାବ ହେତୁ ମୃତ୍ୟୁ ଘଟିଥିବାର କୁହାଯାଇଛି। ତେବେ ତାଙ୍କୁ ଏକ ପିକଅପ ଭେନ ପଛରୁ ଧକ୍କା ଦେଇ ଦ୍ରୁତ ଗତିରେ ଫେରାର ହୋଇଯାଇଥିବାର ଆଲୋଚନା ହେଉଛି। ଏନେଇ ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକ ଜଣକ ଈଶ୍ୱରପୁର ହସ୍ପିଟାଲ ୧୦୮ଆମ୍ବୁଲାନ୍ସ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ପ୍ରକାଶ ଥାଉକି ଆଜି ତାଙ୍କ ଜନ୍ମ ଦିନଥିବାରୁ ପରୀକ୍ଷା ପରେ ସନ୍ଧ୍ୟାରେ ଜନ୍ମଦିନ ଟ୍ରିଟ ଦେବାପାଇଁ ବନ୍ଧୁମାନଙ୍କ ସହିତ ଯୋଜନା କରିଥିବାର ଜଣାପଡ଼ିଛି। ଛାତ୍ରଙ୍କ ଅକାଳ ବିୟୋଗରେ ସେଂଚୁରିଆନ କଲେଜ ସହିତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.