ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଯାତ୍ରୀବାହି ଅଟୋ ଉପରେ ଚଢ଼ିଗଲା ହାଇୱା, ୩ ମୃତ

ଆନନ୍ଦପୁର:  ଆନନ୍ଦପୁର ଥାନା ଷଡ଼ଙ୍ଗୀ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଯାତ୍ରୀବାହି ଅଟୋ ଉପରେ ଚଢ଼ିଗଲା ଚିପ୍ସ ବୋଝେଇ ହାଇୱା ଗାଡି। ଦୁର୍ଘଟଣା ରେ ୩ ମୃତ ଦୁଇ ଗୁରୁତର ହୋଇଛନ୍ତି।

ମିଳିଥିବା ସୂଚନାଅନୁସାରେ ଅଟୋରେ ସାତକୋଶିଆରୁ ହାଟଡିହି ଫେରୁଥିଲେ କିଛି ଲୋକ। କୋଡ଼ପଡ଼ା ନିକଟରେ ଯାତ୍ରୀବାହୀ ଅଟୋକୁ ଏକ ଚିପ୍ସ ବୋଝେଇ ହାଇୱା ଚଢିଯାଇଥିଲା। ଦୁର୍ଘଟଣା ପାର ସ୍ଥାନିୟଲୋକ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଦୁର୍ଘଟଣାସ୍ଥଳରୁ ଲୋକଙ୍କୁ ଉଦ୍ଧାର କରି ମେଲିକାଲରେ ଭର୍ତ୍ତିକରିଥିଲେ। ମେଡିକାଲରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ୨ ଜଣ ଗୁରୁତର ରହିଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଜଣେ ପୁରୁଷ ରହିଥିବା ବେବେ ଏଯାଏଁ କାହାର କରିଚୟ ମିଳିନାହିଁ।

Leave A Reply

Your email address will not be published.