ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧୦୮ ଆମ୍ବୁଲାନ୍ସ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ପନ୍ଦରମାଇଲ୍ ଛକ ନିକଟରେ ୧୦୮ ଆମ୍ବୁଲାନ୍ସ ସହ ଏକ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ଼୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ । ସେପଟେ ଟ୍ରକ୍ ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବା ଜଣାପଡ଼ିଛି । ଖବରପାଇ ଅଞ୍ଚଳବାସୀ ଘଟଣାସ୍ଥଳରେ ପହଞ୍ଚି ଡ଼୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଗାଡ଼ିଭିତରୁ ଉଦ୍ଧାର କରିବା ପରେ ସେହି ରାସ୍ତା ଦେଇ ଆସୁଥିବା କୋଟଗଡ଼ ବନବିଭାଗ ରେଞ୍ଜର ସୁର୍ଯ୍ୟକାନ୍ତ ବେହେରା ନିଜ ଗାଡ଼ିରେ ଆଣି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ଆମ୍ବୁଲାନ୍ସ ଡ୍ରାଇଭରକୁ । ଗୁରୁତର ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଆସ୍ତିକ ମଲ୍ଲିକ ହୋଇଥିବା ଜଣାପଡ଼ିଛି । ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡ୍ରାଇଭର ଆସ୍ତିକଙ୍କୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୧୦ଟା ସମୟରେ ତୁମୁଡ଼ିବନ୍ଧରୁ ବାଲିଗୁଡ଼ା ଅଭିମୁଖେ ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସ ସହ ବାଲିଗୁଡ଼ାରୁ ଭବାନୀପାଟଣା ଯାଉଥିବା ଏକ ମାଲବାହୀ ଟ୍ରକ୍ ସହ କୁର୍ତ୍ତମଗଡ଼ ପନ୍ଦରମାଇଲ୍ ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଆମ୍ବୁଲାନ୍ସଟି ଗୁରୁତର କ୍ଷତି ହୋଇଥିବା ବେଳେ ଆମ୍ବୁଲାନ୍ସ ଡ଼୍ରାଇଭର ମଧ୍ୟ ଗାଡ଼ି ଭିତରେ ଚାପିହୋଇ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ତୁମୁଡ଼ିବନ୍ଧ ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.