ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍, ଡ୍ରାଇଭର ସମେତ ୨ ମୃତ

ବ୍ରହ୍ମଗିରି: ଗତକାଲି ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ । ଫଳରେ ଡ୍ରାଇଭର୍ ସମେତ ୨ ଜଣ ମୃତ୍ୟୁବରଣ କରିଥିବା ନେଇ ସୂଚନା ମିଳିଛି । ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ପୁରୀ ସାତପଡ଼ା ଜାତୀୟ ରାଜପଥରେ । ମୃତକ ଦ୍ୱୟ ହେଲେ ଅରଖକୁଦା ମେରାଇନ୍‌ ଥାନା ସହଦେବପୁର ଗାଁର ଧୀରେନ୍ଦ୍ର ପଲାଇ ଓ ଡ୍ରାଇଭର ଭଗବାନପୁର ଗାଁ ର ନବାବ ଖାଁ । ଖବର ପାଇ ବ୍ରହ୍ମଗିରି ଦମକଳ ବାହୀନୀ ପହଞ୍ଚି କାରରୁ ମୃତଦେହ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳରେ ପୁରୀ ସଦର ପୋଲିସର ତଦନ୍ତ ଜାରି ।

ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ପୁରୀ – ସାତପଡ଼ା ରାଜପଥର ନାଗା ଛକଠାରେ ଏକ କାର୍ ଭାରସାମ୍ୟ ହରାଇ ଗଛକୁ ପିଟିଥିଲା। କାରଟି ଗଛରେ ଚାପି ହୋଇ ରହିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଯାଇଛି।

Leave A Reply

Your email address will not be published.