ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଜଣା ଗାଡି ଧକ୍କାରେ ୨ ମୃତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ୫ନଂ-କ ଜାତୀୟ ରାଜପଥର ଗୋପଛକ ନିକଟ ଖମରପଡା ଛକରେ ଏକ ବାଇକ ଦୁର୍ଘଟଣା ଘଟି ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ହେଲେ ପାଟକୁରାର ଦିପ୍ତୀ ରଞ୍ଜନ ସ୍ୱାଇଁ ଓ ପାଣିକୋଇଲିର ପରିତୋଷ ଚକ୍ରବର୍ତ୍ତୀ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ରବିବାର ଅପରାହ୍ଣରେ ଗୋଟିଏ ବାଇକ ନଂ( ଓଡି ୩୪-ଏମ୍‌-୪୫୮୪ ) ରେ ଦୁଇ ଜଣ ଆରୋହୀ ପାରାଦ୍ୱୀପ ଆଡକୁ ଯାଉଥିଲେ । ଏହି ସମୟରେ ଏକ ଅଜଣା ଗାଡି ସେମାନଙ୍କ ଗାଡିକୁ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା । ସ୍ଥାନୀୟ ଲୋକେ ଦୁର୍ଘଟଣା ଦେଖି ସଦର ଥାନା ପୁଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ କରିଥିଲା । କେଉଁ ଗାଡି ଧକ୍କା ଦେଇ ଫେରାର ହୋଇ ଯାଇଛି । ଗାଡିକୁ ଠାବ କରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି । ହେଲେ ଅଦ୍ୟାବଧି ଦୁର୍ଘଟଣା ଘଟାଇଥିବା ଗାଡିକୁ ଠାବ କରାଯାଇ ପାରିନାହିଁ । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ପୁଲିସର ସୂଚନା ଅନୁଯାୟୀ ମୃତ ଯୁବକଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି । ପରିବାର ଲୋକେ ଆସିଲେ ସେମାନଙ୍କ ଉପସ୍ଥିତିରେ ସୋମବାର ମୃତଦେହ ବ୍ୟବଚ୍ଛେଦ କରାଯିବ।

Leave A Reply

Your email address will not be published.