ଶ୍ରୀଜୀଉଙ୍କ ଆଶିର୍ବାଦ ନେଲେ ନବ ବିବାହିତା ଓଡିଆ ସେଲିବ୍ରେଟି ଦମ୍ପତି ସବ୍ୟସାଚ୍ଚୀ- ଅର୍ଚ୍ଚିତା

ପୁରୀ: ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ନବ ବିବାହିତା ଓଡିଆ ସେଲିବ୍ରେଟି ଦମ୍ପତି ସବ୍ୟସାଚ୍ଚୀ- ଅର୍ଚ୍ଚିତା ଦର୍ଶନ କରିଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା ବିବାହ ବନ୍ଧନରେ ବାନ୍ଧି ହେବା ପରେ ପ୍ରଥମ ଥର ଶ୍ରୀ ମନ୍ଦିର ଆସି ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ଆଶିର୍ବାଦ ଲାଭ କରିଛନ୍ତି । ଆଜି ସାନ୍ଧ୍ୟାରେ ଷ୍ଟାର ଦମ୍ପତି ପୁରୀରେ ପହଁଚି ଶ୍ରୀମନ୍ଦିରରେ ଦର୍ଶନ କରିଥିଲେ । ବୈବାହିକ ଜୀବନ ସୁଖ ଶାନ୍ତିରେ ବିତାଇବା ଲାଗି ଶ୍ରୀଜୀଉଙ୍କ ଆଶ୍ରୀବାଦ କାମନା କରିଥିଲେ। ଶ୍ରୀଜୀଉଙ୍କ ସେବାୟତ ଉଭୟଙ୍କୁ ଜଗନ୍ନାଥଙ୍କ ପାଟ ଖଣ୍ଡୁଆ ପିନ୍ଧାଇଥିଲେ। ସେହିପରି ସିଂହଦ୍ବାରରେ ଉଭୟେ ଦୀପ ଦାନ ମଧ୍ୟ କରିଥିଲେ ।

ତେବେ ଲକଡାଉନରେ ଯେଭଳି ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ଥିଲେ ତାହା ସବୁ ମହାପ୍ରଭୁଙ୍କର ଆଶ୍ରୀବାଦ ଯୋଗୁ ହୋଇପାରିଥିବା  ସବ୍ୟସାଚ୍ଚୀ କହିଛନ୍ତି। ଆଗାମୀ ଦିନରେ ଲୋକଙ୍କୁ ଏହିପରି ସାହାଯ୍ୟ କରିବା ପାଇଁ ମହାପ୍ରଭୁଙ୍କର କରୁଣା ନିତ୍ୟାନ୍ତ ଆବଶ୍ୟକ କହିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର ।

Leave a comment