ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରେଳ ଷ୍ଟେସନରେ ଯାତ୍ରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ: ଲଗେଜ ସ୍କାନିଂବେଳେ ବ୍ୟାଗରୁ ମିଳିଲା ୨୮ ଲକ୍ଷ ଟଙ୍କା

ପୁରୀ: ଯାତ୍ରୀଙ୍କ ବ୍ୟାଗରୁ ଜବତ ହେଲା ପୁଳାପୁଳା ଟଙ୍କା । ପୁରୀ ରେଳ ଷ୍ଟେସନରେ ଯାତ୍ରୀଙ୍କ ବ୍ୟାଗରୁ ଆରପିଏଫ ଜବତ କରିଛି ୨୮ ଲକ୍ଷ ୮୫ ହଜାର ୫ଶହ ଟଙ୍କା । ଲଗେଜ ସ୍କାନରରେ ସ୍କାନିଙ୍ଗ ବେଳେ ଯାତ୍ରୀଙ୍କ ବ୍ୟାଗରୁ ମିଳିଛି ଏହି ଟଙ୍କା। ଆରପିଏଫ ପୁଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସମ୍ପୃକ୍ତ ଯାତ୍ରୀଙ୍କ ନାଁ ଉଦୟ କୁମାର ଓ ଘର ବିଶାଖାପାଟଣାର ନରସିପାଟନମ୍‌ରେ ବୋଲି ଜଣା ପଡ଼ିଛି। ଏତେ ଗୁଡିଏ ଟଙ୍କା ଉଦୟ କେଉଁଠୁ ଆଣିଲେ ସେନେଇ ଆରପିଏଫ ତଦନ୍ତ ଚଳାଇଥିବା ବେଳେ ଜମି ବିକ୍ରି କରି ଏସବୁ ଟଙ୍କା ଆଣିଥିବା କହିଛନ୍ତି ଉଦୟ ।

Leave A Reply

Your email address will not be published.