ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚୋରକୁ ଚୋର ନକହି ଆଉ କ’ଣ କହିବି, ଯେଉଁଠି ଲଢିପାରିବେନି ସେଠି ଇଡି ଓ ସିବିଆଇ ସାହାରା : ଅଭିଷେକ ବାନାର୍ଜୀ

କୋଲକାତା : କିଛି ଦିନର ବ୍ୟବଧାନ ପରେ ପୁଣି ପଶ୍ଚିମବଙ୍ଗରେ ଆଜି ପସିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ପଶ୍ଚିମବଙ୍ଗରେ କୋଇଲା ଦୁର୍ନୀତି ମାମଲାରେ ଶାସକ ଦଳ ଟିଏମସିର ମହା ସଚିବ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଆଜି କୋଲକତା ସ୍ଥିତ ଇଡି କାର୍ଯ୍ୟାଳୟରେ ପଚରାଉଚୁରା କରାଯାଇଛି। ତେବେ ଆଜି ଇଡିରେ ହାଜର ହେବାପରେ ଇଡି କାର୍ଯ୍ୟାଳୟରୁ ବାହାରକୁ ଆସିବା ପରେ କେନ୍ଦ୍ର ସରକାର ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି ଅଭିଷେକ ବାନାର୍ଜୀ।

ଆଜି ୭ଘଣ୍ଟା ଧରି ଇଡି ପଚରାଉଚରା କରିବା ପରେ ଅଭିଷେକ ବାନାର୍ଜୀ ଗଣମାଧ୍ୟମ ସହ କଥା ହୋଇ ବିଜେପି କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରୁଥିବା ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ବିଜେପି ଜନାଦେଶ ବିରୋଧରେ କାର୍ଯ୍ୟ କରୁଛି। ସେମାନେ ଝାଡଖଣ୍ଡରେ ହାରିବା ପରେ ସେଠାରେ ଥିବା ସରକାରକୁ ହଟାଇବାକୁ ଚେଷ୍ଟା କଲେ। ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇବି ଯେ, ସେ ବିଜେପିର ଉଦ୍ୟମକୁ ବିଫଳ କରିଥିଲେ। ବିଜେପି ଯେଉଁ ରାଜ୍ୟରେ ହାରୁଛି, ପରେ ସେ ରାଜ୍ୟର ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛି ନହେଲେ ବିରୋଧୀ ଦଳର ନେତାଙ୍କ ପଛରେ କେନ୍ଦ୍ରୀୟ ଏଜେନ୍ସିକୁ ଲଗାଇ ଦେଉଛି। ଇଡି କାହିଁକି ବିଜେପି ଶାସିତ ରାଜ୍ୟରେ କୌଣସି ନେତାଙ୍କୁ ପଚରାଉଚରା କରୁନାହିଁ ବୋଲି ଅଭିଷେକ ପ୍ରଶ୍ନ କରିଛନ୍ତି।

ଅଭିଷେକ ଆହୁରି ମଧ୍ୟ କହିଛନ୍ତି ଯେ କୋଇଲା ଚୋରା ଚାଲାଣ କିମ୍ବା ଗୋଖାଦ୍ୟ ଦୁର୍ନୀତି ନୁହେଁ, ଏହା ଗୃହମନ୍ତ୍ରୀଙ୍କ ସ୍କାମ। ଚୋରକୁ ଚୋର ନକହି ଆଉ କ’ଣ କହିବି? ଗୋଖାଦ୍ୟ ଦୁର୍ନୀତି ଟଙ୍କା କୁଆଡେ ଗଲା? ଏହା ସିଧାସଳଖ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିକଟକୁ ଯାଇଛି। ଗୃହମନ୍ତ୍ରୀ କ’ଣ କରୁଛନ୍ତି? ବିଏସଏଫ କ’ଣ କରୁଛି? ମୁଁ ବିଜେପି ବିରୋଧରେ ଏଭଳି କହିବା ଜାରି ରଖିବି। ବିଜେପି କେତେ ଦିନ ଏପରି କରୁଛି ଦେଖିବି ବୋଲି ଅଭିଷେକ କହିଛନ୍ତି।

ସୂଚନାଯୋଗ୍ୟ ପଶ୍ଚିମବଙ୍ଗରେ କୋଇଲା ଦୁର୍ନୀତି ମାମଲାରେ ଆଗରୁ ଇଡି ତରଫରୁ ଅଭିଷେକଙ୍କୁ ଅନେକ ଥର ପଚରା ଉଚରା କରାଯାଇଛି । ଏହି କ୍ରମରେ ଆଜି ଅଭିଷେକ ବାନାର୍ଜୀ ପାଖାପାଖି ସକାଳ ୧୧ ଟାରେ କୋଲକାତା ସଲ୍ଟଲେକ୍ ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ ।

Leave A Reply

Your email address will not be published.