ମହାରାଷ୍ଟ୍ରର ପରିବେଶ ମନ୍ତ୍ରୀ ଆଦିତ୍ୟ ଠାକରେ କରୋନା ସଂକ୍ରମିତ

ମୁମ୍ବାଇ : ଶିବସେନା ନେତା ତଥା ମହାରାଷ୍ଟ୍ରର ପରିବେଶ ମନ୍ତ୍ରୀ ଆଦିତ୍ୟ ଠାକରେ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ପରୀକ୍ଷା ରପୋର୍ଟରେ ସେ କରୋନା ସଂକ୍ରମିତ ଥିବା ସୂଚନା ଦେଇଛନ୍ତି।

ସେହିପରି ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ସରକାରଙ୍କ କରୋନା ଗାଇଡଲାଇନକୁ ମାନିବା ସହ ସୁସ୍ଥ ଓ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି ।

Leave a comment