ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୁନ୍ ୩୦ ଯାଏ ବଢ଼ିଲା ପାନ୍- ଆଧାର ଲିଙ୍କ୍

ନୂଆଦିଲ୍ଲୀ: ବଢିଲା ଆଧାର- ପାନ୍ ଲିଙ୍କ ସଂଯୋଗ । ଆଧାରକୁ ପାନ୍ କାର୍ଡ ସହିତ ସଂଯୋଗ କରିବାର ଶେଷ ତାରିଖ ୩୧ ମାର୍ଚ୍ଚରୁ ୩୦ ଜୁନ୍ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାପୂର୍ବରୁ, ପାନ-ଆଧାର ଲିଙ୍କ୍ ପାଇଁ ଶେଷ ତାରିଖ ଦୁଇଥର ବୃଦ୍ଧି କରାଯାଇଛି। ସର୍ବପ୍ରଥମେ, PAN କୁ ଆଧାର ସହିତ ସଂଯୋଗ କରିବାର ଶେଷ ତାରିଖ ଥିଲା ୩୧ ମାର୍ଚ୍ଚ ୨୦୨୨ ରହିଥିଲା । ପ୍ରଥମ ଥର ପାଇଁ ଏହା ୩୦ ଜୁନ୍ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହା ପରେ ସମୟ ସୀମା ପୁଣି ୩୧ ମାର୍ଚ୍ଚ ୨୦୨୩କୁ ବୃଦ୍ଧି କରାଯାଇଥିଲା ।

ପ୍ରଥମ ଥର ଯେତେବେଳେ ବୃଦ୍ଧି କରାଯାଇଥିଲା ସେତେବେଳେ ୫୦୦ ଟଙ୍କା ଜରିମାନା ଲାଗୁ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ୧୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏଥର ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ ଯେ ଆଧାରକୁ ପାନ୍ ସହିତ ଯୋଡିବା ପାଇଁ ବର୍ତ୍ତମାନ କେତେ ଜରିମାନା ଦେବାକୁ ପଡ଼ିବ।

ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ଜୁଲାଇ ୧  ତାରିଖ ୨୦୧୭ ପୂର୍ବରୁ ପ୍ରସ୍ତୁତ ହୋଇଥିବା ସମସ୍ତ ପାନ୍ କାର୍ଡକୁ ଆୟକର ଅଧିନିୟମର ଧାରା 139AA ଅନୁଯାୟୀ ଆଧାର ସହିତ ସଂଯୁକ୍ତ କରିବାକୁ ପଡିବ। ଗତ ବର୍ଷ ଜୁଲାଇରେ ସରକାର ସଂସଦରେ କହିଥିଲେ ଯେ ୪୧,୭୦,୬୬, ୬୯୧  ଲୋକ ଆଧାରକୁ ପାନ୍ ସହିତ ଯୋଡିଛନ୍ତି। ତେବେ ଦେଶର ମୋଟ ୬୧,୭୩, ୧୬, ୩୧୩ ଲୋକଙ୍କୁ ପାନ୍ କାର୍ଡ ପ୍ରଦାନ କରାଯାଇଛି।

ପାନ୍-ଆଧାରକୁ କାହିଁକି ଲିଙ୍କ୍ କରିବେ-

ସରକାର ଚାହୁଁଛନ୍ତି ଯେ ପ୍ରତ୍ୟେକ ପାନ୍ କାର୍ଡକୁ ଏକ ସ୍ୱତନ୍ତ୍ର ସଂଖ୍ୟା ସହିତ ଲିଙ୍କ୍ କରାଯାଉ। ଆଧାର ସହିତ ଲିଙ୍କ୍ କରିବା ପରେ ହିଁ ଏହା ସମ୍ଭବ ହୋଇପାରିବ। ପ୍ରାୟତ ଲୋକମାନେ ନକଲ ପାନ କାର୍ଡ ମାଧ୍ୟମରେ ଟିକସ ଫାକିଥାନ୍ତି। ଆଧାର ସହିତ ଲିଙ୍କ୍ କରିବା ପରେ ଏହା କରିବା ପ୍ରାୟ ସମ୍ଭବ ହେବ ନାହିଁ।

Leave A Reply

Your email address will not be published.