ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନଦୀରେ ବୁଡି ଯୁବକ ନିଖୋଜ

କେନ୍ଦ୍ରାପଡ଼ା: ନଦୀରେ ବୁଡି ଯୁବକ ନିଖୋଜ। କେନ୍ଦ୍ରାପଡା ଡେରାବିଶ ବ୍ଲକ ଦାନପୁର ଲୁଣା ନଦୀ ପଠାରେ ଗାଧଉଥିବା ବେଳେ ନଦୀରେ ବୁଡି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଯୁବକ ଜଣକ କୂଳସାହି ଗାଁର ସନ୍ତୋଷ କୁମାର ମିଶ୍ର ବୋଲି ଜଣାପଡିଛି। ଖବର ପାଇ ନିଶ୍ଚିନ୍ତ କୋଇଲି ଅଗ୍ନିଶମ ବାହିନୀ ଟିମର ଉଦ୍ଧାର କାର୍ଯ୍ଯ ଜାରି ରହିଛି।

ସୂଚନା ଅନୁଯାୟୀ, ସନ୍ତୋଷ ଆଜି ସକାଳୁ କୂଳସାହି ଲୁଣାନଦୀ ପଠାକୁ ଡ଼ଙ୍ଗା ଭସାଇବାକୁ ଆସିଥିଲେ । ଡ଼ଙ୍ଗା ଭସାଇବା ପରେ ପୁଣି ନଦୀରେ ଗାଧୋଥିବା ବେଳେ ଏହି ଅଘଟଣ ଘଟିଛି। କିଛି ବର୍ଷ ପୂର୍ବେ ସନ୍ତୋଷଙ୍କ ବାପା ରବୀନ୍ଦ୍ର କୁମାର ମିଶ୍ର ମଧ୍ୟ ଏହି ଲୁଣା-କରଣ୍ଡିଆ ନଦୀ ପଠାରେ ବୁଡି ମୃତୁ ବରଣ କରିଥିଲେ।

Leave A Reply

Your email address will not be published.