ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରେମ କରି ଜେଲ ଗଲେ ଯୁବକ

ରାଇରଙ୍ଗପୁର: ରାଇରଙ୍ଗପୁର ଟାଉନ ଥାନା ଅଧିନସ୍ଥ ନୁରୁ ବାଦଡା ଗ୍ରାମର ଜନୈକ ଯୁବକ ରୋହିଣୀକୁଦର ଗ୍ରାମର ଜନୈକା ନାବାଳିକା ଝିଅଙ୍କୁ ଭଲ ପାଉଥିଲେ ଓ ବିବାହ କରିବା ପାଇଁ ନିଜ ଘରକୁ ନେଇ ଯାଇଥିଲେ। ମାତ୍ର ପରିବାର ଲୋକେ ତାଙ୍କ ଝିଅକୁ ଉକ୍ତ ଯୁବକ ଅପହରଣ କରିଥିବା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଝିଅ ପୁଅଙ୍କୁ ଥାନାକୁ ଉଠାଇ ଆଣିଥିଲେ। ଆଉ ମାତ୍ର ତିନି ଦିନ ପରେ ଉକ୍ତ ନାବାଳିକା ସାବାଳିକା ହୋଇଥାନ୍ତା। ଅଭିଯୋଗ ଓ ଆଇନ୍‍ ଅନୁଯାୟୀ ପୁଲିସ ଉକ୍ତ ଯୁବକଙ୍କୁ ଗିରଫ କଲା ପରେ ଝିଅର ପରିବାର ଲୋକେ ଝିଅକୁ ଘରକୁ ଫେରାଇ ନେବାକୁ ରାଜି ନ ହେବାରୁ ପୁଲିସ ଝିଅକୁ ବାରିପଦା ସ୍ଥିତ ସୁଧାର ଗୃହକୁ ସ୍ଥାନାନ୍ତର କରିଛନ୍ତି।

Leave A Reply

Your email address will not be published.