ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କ ତଣ୍ଟିକାଟି ବିଭତ୍ସଭାବେ ହତ୍ୟା କଲେ ଦୁର୍ବୁତ୍ତ

ଗଞ୍ଜାମ: ଗଞ୍ଜାମ ପୋଲସରା କଳମ୍ବ ହାଇସ୍କୁଲ ଛକରେ ଜଘନ୍ୟ ହତ୍ୟାକାଣ୍ଡ । ବିକାଶ ସାହୁ ଓରଫ କାଉ ନାମକ ଜଣେ ଯୁବକଙ୍କ ତଣ୍ଟିକାଟି ବିଭତ୍ସଭାବେ ହତ୍ୟା କରିଛନ୍ତି ଦୁବୃର୍ତ୍ତ । ପୋଲସରା ଓ କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି । ତେବେ ବିକାଶଙ୍କୁ କିଏ ଓ କାହିଁକି ହତ୍ୟା କଲା, ତାହା ଜଣାପଡ଼ିନଥିବା ବେଳେ, ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ମୃତ ବିକାଶ ନାଁରେ ପୂର୍ବରୁ ଅନେକ ମାମଲା ଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ଶନିବାର ମଧ୍ୟରାତ୍ରିରେ ବିକାଶ ଘରକୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ପୋଲସରା ନୋଡାଲ ହାଇସ୍କୁଲ ଛକ ନିକଟରେ ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ତେବେ ପୋଲିସ ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ବିକାଶଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା କହିଛନ୍ତି ପୋଲସରା ଥାନାଅଧିକାରୀ ଜିତେନ୍ଦ୍ର ମଲ୍ଲିକ ।

Leave A Reply

Your email address will not be published.