ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଅଘଟଣ, ଗୁଡି ସୂତା ଲାଗି ଜଣେ ବ୍ଯକ୍ତି ଗୁରୁତର

ପୁରୀ: ଗୁଡ଼ିଉଡ଼ା କାହା ପାଇଁ ଖେଳ ସାଜୁଥିବା ବେଳେ ଆଉ କାହା ପାଇଁ ପାଲଟିଛି କାଳ । ପୁଣି ଗୁଡିରେ ବ୍ୟବହୃତ ମାଞ୍ଜା ସୂତା ଲାଗି ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଉକ୍ତ ବ୍ଯକ୍ତି ଜଣଙ୍କ ହେଲେ ପୁରୀ ଜିଲ୍ଲାର କୁଣ୍ଢାଇବେଣ୍ଟ ସାହିର ଭଞ୍ଜବିହାରୀ ପାତ୍ର ।

ସୂଚନା ଅନୁଯାୟୀ, ସେ ଅସୁସ୍ଥ ପୁଅ ପାଇଁ ବଡ଼ଦାଣ୍ଡକୁ ଔଷଧ କିଣିବା ପାଇଁ ଆସିଥିବା ବେଳେ ବେକରେ ଗୁଡି ସୂତା ଲାଗି କଟି ଯାଇଥିଲା । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଛି।

ସେହିପରି, ଗତକାଲି ସନ୍ଧ୍ୟାରେ ଜଗତପୁର ପୀରବଜାରରେ ଗୁଡି ସୂତା ଲାଗି ଭୟରପୁରର ଜୟନ୍ତଙ୍କ ବେକ କଟି ଯାଇଥିଲା । ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୂର୍ବରୁ ୨୦୧୬ରେ ମଧ୍ୟ କଟକରେ ଏଭଳି ଅଘଟଣ ଘଟିସାରିଛି। ହାଇକୋର୍ଟ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମାଞ୍ଜା ସୂତାର ବ୍ୟବହାର ଓ ଗୁଡି ଉଡା ଉପରେ କଟକଣା ଲଗାଯାଇ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍‍ କରାଯାଇଥିଲା। ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଏବେ ପ୍ରଶାସନ ଏହାକୁ କଡାକଡି ଭାବେ ଲାଗୁ କରିବା ନେଇ ଦାବି ଉଠିବାରେ ଲାଗିଛି । ଏହାସହ ମାଞ୍ଜା ସୂତା ବ୍ୟବହାର ନକରିବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି ।

 

Leave A Reply

Your email address will not be published.