ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପର୍ଯ୍ୟଟନ ସ୍ଥଳୀ ଭିମକୁଣ୍ଡ ରେ ଭାସିଯାଇ ଯୁବକ ନିଖୋଜ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ଭିମକୁଣ୍ଡ ରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟରତ ଥିବା ତଣ୍ଡ ଗ୍ରାମ ର ଶ୍ରୀକର ନାଏକ ଙ୍କ ପୁତ୍ର ଦୀପକ ନାଏକ(୨୫) ଗତକାଲି ଅପରାହ୍ନରେ ରେ ମାଛ ଧରିବାକୁ ତାଙ୍କ ସାଥି ଶଙ୍କର୍ଷଣ ନାଏକ ଙ୍କ ସହ ନଦୀ କୁ ଯାଇଥିଲେ। ତେବେ ଞ୍ଚାଚ ଟାୱାର କୁ ତାଲା ପକାଇବା ପାଇଁ ଶଙ୍କର୍ଷଣ ପଳାଇ ଆସିଥିଲେ। ପୁଣି ଶଙ୍କର୍ଷଣ ମାଛ ଧରୁଥିବା ସ୍ଥାନ କୁ ଯାଇଥିବା ବେଳେ ଉକ୍ତ ସ୍ଥାନରୁ ଦୀପକ ନିଖୋଜ ହୋଇଯାଇଥିଲେ। ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୀପକ ଙ୍କୁ ଉଦ୍ଧାର କରିବା ପାଇଁ ଖୋଜାଖୋଜି ଆରମ୍ଭ କରିଛି। ତେବେ ଉପର ମୁଣ୍ଡରୁ ବଢି ପାଣି ହଠାତ ଆସିଯିବାରୁ ନଦୀ ସ୍ରୋତ ରେ ଦୀପକ ଭାସି ଯାଇଥିବା ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି।

Leave A Reply

Your email address will not be published.