ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋଠା କାମ କରୁଥିବାବେଳେ ୩୦ ଫୁଟ ଉଚ୍ଚରୁ ଖସିପଡ଼ିଲେ ଯୁବକ, ପଡ଼ିବା ସମୟରେ ଲାଗିଲା କରେଣ୍ଟ

ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ତିନିଛକ ବଜାର ମଧ୍ୟରେ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଯୁବକ ଗୁରୁବାର ସକାଳେ ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ଅଞ୍ଚଳର କାଳୁ ପ୍ରଧାନ(୩୦)। କାଳୁଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ବ୍ରହ୍ମପୁର ପଠାଯାଇଛି।

ସୂଚନା ଅନୁଯାୟୀ, ତିନି ଛକରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ଏକ ୩ ମହଲା ବିଶିଷ୍ଟ ନୂତନ କୋଠା ନିର୍ମାଣ ଚାଲିଛି। ସେଠାରେ କାଳୁ ପ୍ରଧାନ କାର୍ଯ୍ଯ କରୁଥିବା ବେଳେ ୩୦ଫୁଟ ଉଚ୍ଚତାରୁ କୌଣସି କାରଣରୁ ଖସି ପଡ଼ି କୋଠାକୁ ଲାଗି ଯାଇଥିବା ୧୧ କେଭି ବିଦ୍ୟୁତ ତାର ଉପରେ ପଡ଼ି ଜଳିଯାଇଛନ୍ତି। ତାଙ୍କ ଶରୀରର ବହୁ ସ୍ଥାନ ପୋଡ଼ି ଯାଇଥିବା ବେଳେ ତାର ଛିଣ୍ଡି ଯିବାରୁ କାଳୁ ତଳେ ରହିଥିବା ବାଲି, ପଥର, ଗୋଡ଼ିଗଦା ଉପରେ ପଡ଼ି ଗୁରୁତର ହୋଇଥିଲେ। ଖବର ପାଇ ଦାରିଙ୍ଗବାଡ଼ି ବିଦ୍ୟୁତ୍‌ ବିଭାଗର କନିଷ୍ଠ ଯନ୍ତ୍ରୀ ଶିବପ୍ରସାଦ ନାୟକ ଦାରିଙ୍ଗବାଡ଼ି ପୁଲିସକୁ ଖବର ଦେଇଥିଲେ। ଖବର ଲେଖିବା ଯାଏ ପୁଲିସ ନିକଟରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିଲେ ମଧ୍ୟ ପୁଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଗୁରୁତର କାଳୁଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ଦେଖାଶୁଣା କରିବା ସହ ଘଟଣାର ତଦନ୍ତ ଚାଲିଥିବା ଆଇଆଇସି କୌଶିକ ମାଝି କହିଛନ୍ତି। ସେପଟେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେସ ସାମନ୍ତରାୟଙ୍କ ସହ ଯୋଗାଯୋଗ କରାଯିବାରୁ କାଳୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ତାଙ୍କୁ ଜ୍ଞଳମଶ ମେଡ଼ିକାଲ ବ୍ରହ୍ମପୁର କୁ ସ୍ଥାନାନ୍ତରିତ କରାଯାଇଥିବା କହିଛନ୍ତି। ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Leave A Reply

Your email address will not be published.