ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗାଧୋଉଥିବା ବେଳେ ପୁରୀ ସମୁଦ୍ରରେ ଭାସିଗଲେ ଜଣେ ଯୁବକ

ପୁରୀ: ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଅଘଟଣ ଘଟିଛି। ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ପଶ୍ଚିମବଙ୍ଗର ରବି ସିଂ ବୋଲି ଜଣାପଡ଼ିଛି । ସେ ଆଜି ଅପରାହ୍ନ ସମୟରେ ତାଙ୍କର ଅନ୍ୟ ସାଙ୍ଗମାନଙ୍କ ସହ ପୁରୀ ଦିଗବାରେଣୀ ଛକ ନିକଟସ୍ଥ ସମୁଦ୍ରରେ ଗାଧୋଉଥିବା ବେଳେ ଏପରି ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଗାଧୋଉଥିବା ବେଳେ ଦୁଇଜଣ ଯୁବକ ହଠାତ୍ ଗଭୀର ସମୁଦ୍ରକୁ ଭାସି ଯାଇଥିଲେ। ସେଠାରେ ମୁତୟନ ଥିବା ଲାଇଫ୍‌ ଗାର୍ଡମାନେ ବିହାରର ସାଗର କୁମାର ଚୌଧୁରୀଙ୍କୁ ଉଦ୍ଧାର କରିଥିବା ବେଳେ ରବି ସିଂଙ୍କୁ ପାଇ ନ ଥିଲେ । ବର୍ତ୍ତମାନ ପର୍ଯ୍ଯନ୍ତ ତାଙ୍କର ପତ୍ତା ମିଳିନାହିଁ।

Leave A Reply

Your email address will not be published.