ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୋଖରୀରେ ବୁଡି ଯୁବକ ମୃତ

ଖୋର୍ଦ୍ଧା : ସଦର ଥାନା ଅନ୍ତର୍ଗତ ଡିହପୁର ଗ୍ରାମରେ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସେହି ଗ୍ରାମର ଅକ୍ଷୟ ରଣସିଙ୍ଗ ଓରଫ ଅଖି (୩୫) । ସୂଚନା ଅନୁସାରେ, ଅକ୍ଷୟ ଆଜି ଭୋର ସମୟରୁ ଡିହପୁର ରାସ୍ତା ପାର୍ଶ୍ଵରେ ଥିବା ବାଲିଚୁଆ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ । ଅସାବଧାନତା ହେତୁ ପୋଖରୀରେ ପଡିଯାଇ ଭାସୁଥିବା ତାଙ୍କ ଭାଇ ସକାଳୁ ଦେଖିବାକୁ ପାଇଥିଲେ । ଏହାପରେ ପୋଲିସ ଏବଂ ଅଗ୍ନିଶମ ବିଭାଗ କୁ ଖବର ଦେବାରେ ପୋଲିସ ଉପସ୍ଥିତିରେ ମୃତଦେହକୁ ପାଣିରୁ କଢ଼ା ଯାଇ ବ୍ୟବଚ୍ଛେଦ ଲାଗି ପଠାଯାଇଛି । ଭାଇ ପ୍ରାଣନାଥଙ୍କ ଅଭିଯୋଗ ଉପରେ ସଦର ପୋଲିସ ୧୫/୨୧ରେ ଏକ ଅପମୃତ୍ୟୁ ମାମାଲ ରୁଜୁକରିଛି ।

Leave A Reply

Your email address will not be published.