ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୋଖରୀରେ ବୁଡି ମାଛ ଧରାଳି ଯୁବକଙ୍କ ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଈ ଗାଁ ପୋଖରୀରେରେ ବୁଡି ଜଣେ ମାଛ ଧରାଳି ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ମାଛ ଧରାଳି ଜଣଙ୍କ ହେଉଛନ୍ତି ଡମଳ ଗାଁର ସଞ୍ଜୟ ସାମଲ।

ସୂଚନା ଅନୁଯାୟୀ, ସଞ୍ଜୟ ତାଙ୍କ ଗାଁ ଲୋକଙ୍କ ସହ ବସୋଈ ଗାଁକୁ ଗତ କାଲି ରାତିରେ ମାଛ ଧରିବାକୁ ଆସିଥିବା ବେଳେ, ଅସାବଧାନତା କାରଣରୁ ଗୋଡ଼ ଖସି ଯିବାରୁ ପୋଖରୀରେ ବୁଡ଼ି ଯାଇଥିଲେ। ତେବେ ଗାଁ ଲୋକ କିଛି ସମୟ ପରେ ତାଙ୍କୁ ଖୋଜାଖୋଜି କରିବା ପରେ, ତାଙ୍କ ମୃତ ଦେହ ପୋଖରୀରେ ଭାସୁଥିବାର ଦେଖିବାକୁ ପାଇଥିଲେ। ତେବେ ଏନେଇ ଗାଁ ଲୋକେ ପୁଲିସକୁ ଖବର ଦେବା ସହ ଅଗ୍ନିଶମ ବାହୀନିକୁ ଖବର ଦେଇଥିଲେ। ଖବର ପାଇ ପରଜଙ୍ଗ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡିକାଲକୁ ପଠାଇବା ସହ ଅଧିକ୍ ତଦନ୍ତ ଜାରି ରଖିଛନ୍ତି । ତେବେ ଏ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave A Reply

Your email address will not be published.