ଭାଲୁ କାମୁଡ଼ାରେ ସ୍ତ୍ରୀ ମୃତ, ବାପଝିଅ ଗୁରୁତର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ରେଞ୍ଜ ଅନ୍ତର୍ଗତ ବାଟାଗୁଡ଼ା ପଞ୍ଚାୟତ ଡଙ୍ଗମ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଭାଲୁ କାମୁଡ଼ାରେ ସ୍ତ୍ରୀର ମୃତ ମୃତ୍ଯୁ ଘଟିଥିବା ବେଳେ ବାପଝିଅ ଗୁରୁତର ହୋଇଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ବୁଦୁଲି ମଳିକ ନାମକ ବୃଦ୍ଧା ନିକଟସ୍ଥ ଜଙ୍ଗଲକୁ ସିଆଳ ପତ୍ର ତୋଳିବାକୁ ଯାଇଥିଲେ । ତେବେ ସେ ଭାଲୁ ଆକ୍ରମଣର ଶିକାର ହୋଇ ଜୀବନ ଯାଇଥିବା ସୂଚନା ମିଳିଛି । ବୃଦ୍ଧାଙ୍କ ଚିତ୍କାର ଶୁଣି ସ୍ୱାମୀ ବାଞ୍ଛା ମଳିକ ଓ ସୁନିତା ମଳିକ ଭାଲୁ କବଳରୁ ଉଦ୍ଧାର କରିବାକୁ ଯାଇ ଗଛ କୋରଡ଼ରେ ଛପି ରହିଥିବା ଭାଲୁ ଆକ୍ରମଣରେ ଗୁରୁତର ହୋଇ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଖବର ପାଇ ବନବିଭାଗର ରେଞ୍ଜର ଲଳିତ ମୋହନ ନାୟକ ଫରେଷ୍ଟର ଜ୍ୟୋତିରାଜ ମଳିକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତଜାରି ରଖିବା ସହିତ ପନ୍ଦର ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ତଦନ୍ତ ପରେ ସରକାରୀ ନିୟମ ଅନୁଯାୟୀ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ ବୋଲି ବନବିଭାଗ କହିଛି ।