ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହଙ୍ଗା ପଡିଲା ଅଜଣା ବ୍ୟକ୍ତିଙ୍କୁ ମୋବାଇଲ ଦେବା, ଖାଲି କରିଦେଲେ ଆକାଉଣ୍ଟ

କେନ୍ଦ୍ରାପଡ଼ା: ଅଜଣା ବ୍ୟକ୍ତିଙ୍କୁ ମୋବାଇଲ ଦେବା ମହଙ୍ଗା ପଡିଛି। ଫୋନ ପେ’ ଆପ ମାଧ୍ୟମରେ ଆକାଉଣ୍ଟ ଖାଲି କରିଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ପାଟକୁରା ଥାନା ଅଧୀନ ଅନ୍ତେଇ ଗ୍ରାମର ପ୍ରଶାନ୍ତ ବେହେରା (୩୫) ବାଙ୍ଗାଲୋର ସ୍ଥିତ ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି। ଗତ ୧୫ ତାରିଖ ଛୁଟି ନେଇ ଟ୍ରେନ ଯୋଗେ ଘରକୁ ଫେରୁଥିଲ। ଫେରିବା ବାଟରେ ଏକା ଷ୍ଟେସନରୁ ଭଦ୍ରକ ଆସିବାକୁ ଜଣେ ଯୁବକ ଟ୍ରେନରେ ଉଠିଥିଲେ। ଦୁହେଁ ଗୋଟିଏ ସିଟରେ ବସିଥିଲେ। ଉଭୟଙ୍କ ମଧ୍ୟରେ କଥା ବାର୍ତ୍ତା ହୋଇ ଚିହ୍ନାଜଣା ହୋଇଥିଲା। ଚିହ୍ନା ଜଣା ଆଉ ପରିଚୟ ମିଳିବା ପରେ ତାଙ୍କ ମୋବାଇଲରେ ବାଲାନ୍ସ ନଥିବା କହି ଘରେ କଥାବାର୍ତ୍ତା ହେବାକୁ କହି ତାଙ୍କଠାରୁ ଅଭିଯୁକ୍ତ ମୋବାଇଲ ମାଗି ନେଇଥିଲେ।

ଏହାର କିଛି ସମୟ ପରେ କଥାବାର୍ତ୍ତା ହୋଇ ମୋବାଇଲ ଫେରାଇ ଦେଇଥିଲେ। ଏମିତିକି ପ୍ରଶାନ୍ତଙ୍କ ମୋବାଇଲର ଯାନ୍ତ୍ରିକ ତ୍ରୁଟି ଯୋଗୁ ଫୋନ ପେ’ କାର୍ଯ୍ଯ କରୁ ନ ଥିବାରୁ ତାଙ୍କର ଜଣେ ବନ୍ଧୁଙ୍କ ଜରିଆରେ ଅଭିଯୁକ୍ତଙ୍କ ଫୋନ ପେ’କୁ ୫ ଶହ ଟଙ୍କା ପଠାଇଥିଲେ। ଏମିତିକି ଅଭିଯୁକ୍ତ ଜଣଙ୍କ ୫ ଶହ ନଗଦ ଟଙ୍କା ଦେଇଥିଲେ। ଏହାର କିଛି ସମୟ ଅର୍ଥାତ ରାତି ହୋଇଯିବାରୁ ପ୍ରଶାନ୍ତ ନି ଦରେ ଶୋଇପଡିଲେ। ଏହି ସମୟର ସୁଯୋଗ ନେଇ ଅଭିଯୁକ୍ତ ଜଣଙ୍କ ପ୍ରଶାନ୍ତଙ୍କ ମୋବାଇଲ ନେଇ ତାଙ୍କ ଆକାଉଣ୍ଟରୁ ୬୦ ହଜାର ଟଙ୍କା ନିଜ ଆକାଉଣ୍ଟକୁ ନେଇଗଲ। ଏହାପରେ ମୋବାଇଲରେ ଥିବା ମେସେଜଗୁଡିକୁ ସବୁ ଡିଲିଟ କରିଦେଲେ। ଆଉ ମୋବାଇଲକୁ ପ୍ରଶାନ୍ତଙ୍କ ନିକଟରେ ଥୋଇଦେଲେ।

ପ୍ରଶାନ୍ତ ସକାଳୁ ଉଠି ପ୍ରାଥମିକ ଭାବେ ଆକାଉଣ୍ଟରୁ ଟଙ୍କା ହଡ଼ପ ହୋଇଥିବା ନେଇ ସେ ଜାଣିପାରିନଥିଲେ। ଏହାପରେ ଅଭିଯୁକ୍ତ ଯୁବକ ଜଣଙ୍କ ଭୁବନେଶ୍ୱର ଷ୍ଟେସନରେ ଓଲ୍ହାଇ ପଡିଥିଲେ। ପ୍ରଶାନ୍ତଙ୍କ ଟଙ୍କା ଆବଶ୍ୟକ ପଡିବାରୁ ସେ ଫୋନ ପେ’ ଚେକ କରିବାରୁ ଆକାଉଣ୍ଟରେ ଟଙ୍କା ନ ଥିବା ଜାଣିବାକୁ ପାଇଲେ> ଏନେଇ ପାଟକୁରା ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ୫୫/୨୩ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.