ବିଳମ୍ବିତ ରାତିରେ ସହର ଭିତରେ ପଶିଲା ଦନ୍ତା ହାତୀ, ଭୟଭୀତ ସହର ବାସୀ

କାମାକ୍ଷାନଗର : କାମାକ୍ଷାନଗର ସହର ଭିତରେ ଗତ ବିଳମ୍ବିତ ରାତିରେ, ଏକ ଦନ୍ତା ହାତୀ ପଶି ଉତ୍ପାତ ମଚାଇଥିଲା । ସୂଚନା ମୁତାବକ ହାତୀଟି ପ୍ରଥମେ ପୁରୁଣା ରେକୁଳା ଗ୍ରାମରେ ପଶିବା ସହ କାମାକ୍ଷାନଗର ବଜାର ମଧ୍ୟରେ ପଶି ଉତ୍ପାତ ମଚାଇଥିଲା । ଏ ନେଇ ସ୍ଥାନୀୟ ଲୋକ ହାତୀଟିକୁ ଦେଖିବା ପରେ ଭୟଭୀତ ହୋଇ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗ ହାତୀ ଘଉଡ଼ାଇବାକୁ ଯାଇ, ସହରର ବିଦ୍ୟୁତ ସଂଯୋଗ ଦୀର୍ଘ ସମୟ ଧରି କାଟିଦେଇଥିଲେ। ଫଳରେ ଦୀର୍ଘ ସମୟ ଅନ୍ଧାରରେ ରହି ସହର ବାସୀ ଭୟଭୀତ ଥିବା ବେଳେ, ହାତୀ ଘଉଡ଼ାଇବାକୁ ବନ ବିଭାଗକୁ ନାକେଦମ ହେବାକୁ ପଡିଥିଲା । ସେପଟେ ପ୍ରଥମ ଥର ସହର ମଧ୍ୟରେ ହାତୀ ପଶିବା ନେଇ ସହର ବାସୀ ଭୟବିତ୍ତ ଥିବା ବେଳେ, ହାତୀଟି ସହର ନିକଟବର୍ତ୍ତୀ ମହୁଲପାଳ ଜଙ୍ଗଲକୁ ଯିବା ପରେ ବନ ବିଭାଗକୁ ଆଶ୍ବସ୍ତି ମିଳିଛି।

Leave a comment