ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସରିଲା ଖରିଫ ଧାନ କିଣା, ବିଭାଗ କିଣିଲା ୫୭ଲକ୍ଷ ୨୨ହଜାର ୩୦୪ମେଟ୍ରିକ ଟନ ଧାନ

ଭୁବନେଶ୍ୱର: ରାଜ୍ୟରେ ସରିଛି ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା । ମାର୍ଚ୍ଚ ୩୧ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷର ଖରିଫ ଧାନ କିଣା ପ୍ରକ୍ରିୟା ଶେଷ ହୋଇଛି । ମୋଟ ୫୭ଲକ୍ଷ ୨୨ହଜାର ୩୦୪ମେଟ୍ରିକ ଟନ ଧାନ କିଣିଛି ଯୋଗାଣ ବିଭାଗ । ୩୦ ଜିଲ୍ଲାର ମୋଟ ୧୨ଲକ୍ଷ ୯୨ହଜାର ୭୩୨ଜଣ ଚାଷୀ ଧାନ ବିକ୍ରି କରିଛନ୍ତି ।ଏଥିରେ ରହିଛନ୍ତି ୧୦ଲକ୍ଷ ୯୨ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ । ଯାହାକି ୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ୯୫ ପ୍ରତିଶତ ଅଧିକ । ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ କିଣିବାକୁ ବିଭାଗ ଗୁରୁତ୍ବ ଦେଇଛି ।

ଆଗୁଆ ଟୋକନ ବ୍ୟବସ୍ଥାରେ ଲୋକଙ୍କଠାରୁ ଧାନ କିଣାଯାଇଛି । ଏହାକୁ ଅଧିକ ସ୍ୱଚ୍ଛ ଓ ପାରଦର୍ଶି କରିବାକୁ ୫ଟି ଆଧାରରେ ଅନେକ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇଛି । ପ୍ରଥମଥର ପାଇଁ ୭ଜିଲ୍ଲାରେ ପାଇଲଟ୍ ପ୍ରକଳ୍ପ ଭାବେ ସାଟେଲାଇଟ୍ ଇମେଜରି ମାଧ୍ୟମରେ ଧାନ ଜମିର ଯାଞ୍ଚ କରାଯାଇଛି । ଭୁଲ ତଥ୍ୟ ଆଧାରରେ ପଞ୍ଜିକୃତ ଜମିକୁ ପ୍ରକ୍ରିୟାରୁ ବାଦ ଦିଆଯାଇଛି ।

ଚଳିତ ବର୍ଷ ରାଜ୍ୟରେ ମୋଟ ୫୭ ଲକ୍ଷ ୨୨,୩୦୪ ମେଟ୍ରିକ ଟନ୍ ଖରିଫ୍ ଧାନ ସଂଗ୍ରହ ହୋଇଥିବା ବେଳେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଭାଗୀଦାରିତାରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ୧୨ ଲକ୍ଷ ୯୨ ହଜାର ୭୩୨ ଜଣ ଚାଷୀଙ୍କ ଖରିଫ୍ ଧାନ ସଂଗ୍ରହ, ୧୦ ଲକ୍ଷ ୯୨ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଧାନ ବିକ୍ରି କରିଛନ୍ତି। ୨୦୧୮-୧୯ ବର୍ଷ ତୁଳନାରେ ୨୦୨୧-୨୨ରେ ୯୫% ଅଧିକ ଧାନ ବିକ୍ରି କରିଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ।୧ ୧ ହଜାର ୧୦୧ କୋଟିରୁ ଅଧିକ ମୂଲ୍ୟର ଖରିଫ୍ ଧାନ ସଂଗ୍ରହ ହୋଇଛି। ବରଗଡ଼ରୁ ସର୍ବାଧିକ ୬ ଲକ୍ଷ ୧୪ ହଜାର ୧୦୨ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି। ଏନେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.