ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କ୍ରିକେଟ୍ ଇତିହାସର ସବୁଠୁ ଲଜ୍ୟାଜନକ ବ୍ୟାଟିଂ, ମାତ୍ର ୨ ରନରେ ସମ୍ପୂର୍ଣ୍ଣ ଦଳ ଅଲଆଉଟ୍

କ୍ରିକେଟ୍ ଇତିହାସର ସବୁଠୁ ଲୋ ସ୍କୋର । ଏକ କାଉଣ୍ଟି ମ୍ୟାଚରେ ଦେଖିବାକୁ ମିଳିଛି ଏମିତି ଲଜ୍ୟାଜନକ ବ୍ୟାଟିଂ । ବକଡନ୍ କ୍ରିକେଟ୍ କ୍ଲବ ଏବଂ ଫାଲକନ୍ସ ହଣ୍ଟିଡନଶାୟର ମଧ୍ୟରେ ଖେଳାଯାଇଥିଲା ଏକ କାଉଣ୍ଟି ଲିଗ୍ ମ୍ୟାଚ୍ । ଯେଉଁଠି ମାତ୍ର ୨ ରନରେ ବକଡନ୍ ଦଳ ହୋଇଯାଇଛି ଅଲଆଉଟ୍ । ଏପରିକି ଦଳର କୌଣସି ଜଣେ ବି ବ୍ୟାଟ୍ସମ୍ୟାନ୍ ନିଜର ଖାତା ଖୋଲିପାରିନାହାନ୍ତି । ଦଳର ସମସ୍ତ ବ୍ୟାଟ୍ସମ୍ୟାନ୍ ଶୂନରେ ଆଉଟ ହୋଇଛନ୍ତି । ଏହି ମ୍ୟାଚରେ ଫାଲକନ୍ସ ପ୍ରଥମେ ବ୍ୟାଟିଂ କରି ବକଡନ୍ ଦଳ ଆଗରେ ୨୬୧ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଥିଲା ।

୨୬୧ରନର ଲକ୍ଷ୍ୟକୁ ପିଛା କରି ବ୍ୟାଟିଂ କରିବାକୁ ଆସିଥିବା ବକଡନ୍ ଦଳ ମାତ୍ର ୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ବଡ କଥା ହେଉଛି, ଦଳର କୌଣସି ବି ବ୍ୟାଟ୍ସମ୍ୟାନ୍ ଖାତା ଖୋଲିପାରିନଥିଲେ । ଗୋଟିଏ ୱାଇଡ୍ ବଲ୍ ଏବଂ ଗୋଟିଏ ନୋ ବଲ୍ ପାଇଁ ଦଳକୁ ୨ ରନ୍ ମିଳିଥିଲା । ଅନ୍ୟପଟେ ଫାଲକନ୍ସ ଦଳର ଓମଦୀପ ସିଂହ ଏକାକୀ ୬ଟି ୱିକେଟ୍ ଅକ୍ତିଆର୍ କରିଥିଲେ ।

Leave A Reply

Your email address will not be published.