ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରେ ସ୍କୁଲ ବସ୍ ଯାଞ୍ଚ: ପରମିଟ୍, ବୀମା ଓ ପଲ୍ୟୁସନ୍ ନଥିବାରୁ କଟିଲା ୨ ଲକ୍ଷ ୩୩ ହଜାର ଟଙ୍କାର ଚାଲାଣ

ଭୁବନେଶ୍ବର: ସାରା ରାଜ୍ୟରେ ଆରମ୍ଭ ହୋଇଛି ସ୍କୁଲ ବସ୍ ଚେକିଂର ସ୍ପେଶାଲ ଡ୍ରାଇଭ। ଗତ କାଲି କିଛି ବସ ତଣ୍ଡ ଗଣିଥିବା ବେଳେ ଆଜି ପୁଣି  ପରମିଟ୍, ବୀମା ଓ ପଲ୍ୟୁସନ୍ ବାବଦରେ ତଣ୍ଡ ଗଣିଛି ଏକ ସ୍କୁଲ ବସ୍ । ଭୁବନେଶ୍ୱରରେ ଏକ ସ୍କୁଲ ବସ୍‌କୁ ୨ ଲକ୍ଷ ୩୩ ହଜାର ଟଙ୍କା ଜରିମାନା ହୋଇଛି। ଡମଣା ଛକରେ ସ୍କୁଲ ବସ୍‌କୁ ଜବତ କରିଥିଲା ପରିବହନ ବିଭାଗ। ପରମିଟ୍, ବୀମା, ପଲ୍ୟୁସନ୍ ବାବଦରେ ସ୍କୁଲ ବସ୍‌କୁ  ଫାଇନ୍ କଟିଛି।  ଟିକସ ବକେୟା ଅଭିଯୋଗରେ ୨ ଲକ୍ଷ ୫ ହଜାର ଜରିମାନା ହୋଇଥିବା ବେଳେ ପଲ୍ୟୁସନ୍ ପାଇଁ ୧୦ ହଜାର, ପରମିଟ୍ ପାଇଁ ୧୦ ହଜାର ଟଙ୍କା  ଫାଇନ୍ ହୋଇଛି।

Leave A Reply

Your email address will not be published.