ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଲରେ ପଡ଼ିଲା ବିରଳ ପ୍ରଜାତିର ମାଛ, ୩୦ ହଜାର ଟଙ୍କାରେ କିଣିନେଲା କଲିକତା କମ୍ପାନୀ

ଚନ୍ଦନେଶ୍ୱର: ଏକ ବିରଳ ପ୍ରଜାତିର ମାଛ ଜାଲରେ ପଡ଼ିଛି। ମାଛଟିର ଓଜନ ପ୍ରାୟ ୫ ଶହରୁ ସାଢ଼େ ୫ ଶହ କିଲୋ ହୋଇଥିବା ବେଳେ ଲମ୍ବ ପ୍ରାୟ ୧୨ ଫୁଟ ହେବ ବୋଲି ଜଣାପଡ଼ିଛି। ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସୂତ୍ରରୁ ପ୍ରକାଶ ମାଛଟିର ନାଁ ପାନିଆ ଫାଳ ମାଛ। ଏହି ବିରଳ ପ୍ରଜାତିର ମାଛ ସାଧାରଣତଃ ଗଭୀର ସମୁଦ୍ରରେ ମିଳେ। ପାନିଆ ଫାଳ ମାଛ ଠାରୁ ଜୀବନଦାୟୀ ଔଷଧ ତିଆରି ହୁଏ ବୋଲି ମତ୍ସ୍ୟଜୀବୀ ମାନେ ସୂଚନା ଦେଇଛନ୍ତି। ଓଡ଼ିଶାର ପାରାଦ୍ୱୀପ ଅଞ୍ଚଳର ଏକ ଟ୍ରଲରର ମାଛଟିକୁ ଧରି ରବିବାର ସକାଳେ ଦୀଘା ମୁହାଣର “ଜିକେଡି” ମାଛ ଅଡ଼ତକୁ ନିଲାମ ପାଇଁ ନେଇ ଆସିଥିଲେ। ନିଲାମ କେନ୍ଦ୍ରରେ ମାଛକୁ ଦେଖିବା ପାଇଁ ମତ୍ସ୍ୟଜୀବୀ ଓ ଦୀଘା ବୁଲିବାକୁ ଆସିଥିବା ପର୍ଯ୍ଯଟକଙ୍କ ଭିଡ଼ ଜମିଥିଲା। ଶେଷରେ କଲିକତାର ଏକ କମ୍ପାନୀ ୩୦ ହଜାର ଟଙ୍କା ମୂଲ୍ୟରେ ମାଛଟିକୁ କିଣି ନେଇ ଯାଇଥିବା ଜଣା ପଡ଼ିଛି।

Leave A Reply

Your email address will not be published.