ଭୟ ଦେଖାଇ ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ଫିଜିକ୍ସ ଅଧ୍ୟାପକ !

ଭୁବନେଶ୍ୱର: ଭୁବନେଶ୍ୱର ନହରକଣ୍ଟା ସ୍ଥିତ ଜୟଦେବ କଲେଜରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଫିଜିକ୍ସ ଅଧ୍ୟାପକ ଜଣେ ଛାତ୍ରୀଙ୍କୁ ଭୟ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଉକ୍ତ ଫିଜିକ୍ସ ଅଧ୍ୟାପକ ନାଁ ପ୍ରମୋଦ ରଂଜନ ଦାଶ ବୋଲି ଜଣାପଡ଼ିଛି।  ନିଜେ ପୀଡ଼ିତା କଲେଜର ଯୁକ୍ତ ୩ ବିଜ୍ଞାନ ବିଭାଗ ଛାତ୍ରୀ ଏନେଇ ଅଭିଯୋଗ କରିଛନ୍ତି।

ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଅଧ୍ୟାପକ ଜଣଙ୍କ ତାଙ୍କୁ ଯୌନ ନିର୍ଯ୍ଯାତନା ଦେଇ ଆସୁଥିଲେ। ପ୍ରଥମେ ଛାତ୍ରୀଙ୍କୁ ଅଧ୍ୟାପକ ଜଣକ ପ୍ରେମ ନିବେଦନ କରିଥିଲେ। ଛାତ୍ରୀ ଜଣକ ମନା କରିବାରୁ ପ୍ରମୋଦ ଭୟ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ। ସାରଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଛାତ୍ରୀ ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଏନେଇ କଲେଜ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। କଲେଜ କର୍ତ୍ତୃପକ୍ଷ ଅଭିଯୋଗ ଶୁଣିବା ପରେ ପୁଲିସର ସାହାଯ୍ୟ ନ ନେବା ପରିବର୍ତ୍ତେ ଆଭ୍ୟନ୍ତରୀଣ କମିଟି ଗଠନ କରିଥିଲେ। କମିଟିର ମେମ୍ବରମାନେ ପୀଡ଼ିତା ଛାତ୍ରୀ ଓ ଅଧ୍ୟାପକଙ୍କୁ ପଚରାଉଚରା କରିଥିଲେ। ଦୁଇ ଜଣଙ୍କ କଥା ଣୁଣିଲା ପରେ ଘଟଣାର ସତ୍ୟତା ନେଇ ସେଭଳି ଠୋସ ପ୍ରମାଣ ମିଳି ନ ଥିଲା। ଉଚ୍ଚ ଶିକ୍ଷା ବିଭାଗ ଏନେଇ ରିପୋର୍ଟ ପାଇବା ପରେ ଅଧ୍ୟାପକଙ୍କୁ ତରନ୍ତ କୁଚିଣ୍ଡା ବଦଳି କରି ଦିଆଯାଇଥିଲା।

୨୫ ଜୁଲାଇରେ ଛାତ୍ରୀ ଜଣଙ୍କ ଉଚ୍ଚଶିକ୍ଷା ବିଭାଗରେ ହାଜର ହୋଇ ଅଧ୍ୟାପକଙ୍କ ନାଁରେ ଅଭିଯୋଗ କରିଥିଲେ। ଉଚ୍ଚ ଶିକ୍ଷା ବିଭାଗ ଏହି ଅଭିଯୋଗ ପାଇବା ପରେ ଅଧିକ ତଦନ୍ତ ପାଇଁ ଜିଲ୍ଲା ସ୍ତରୀୟ କମିଟିକୁ ତଦନ୍ତ କରିବାକୁ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି କରି ନିର୍ଦ୍ଦେଶ ଦେଇଛନ୍ତି। ଯେତେ ଶୀଘ୍ର ସମ୍ଭବ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ଯାନୁଷ୍ଠାନ ନେବାକୁ ଚିଠି ଜରିଆରେ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି।

Leave a comment