ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆମେରିକାରେ ରିଲିଜ ହେବ ସମ୍ବଲପୁରୀ କଳାକାରଙ୍କ ମ୍ଯୁଜିକ୍ ଭିଡିଓ

ସମ୍ବଲପୁର: ସମ୍ବଲପୁର କଳାକାର ଅନ୍ତର୍ଜାତୀୟ  ସ୍ତରରେ ଖ୍ୟାତିଲାଭ କରିସାରିଛନ୍ତି। ଏଠାକାର ଲୋକକଳା ଓ  ଲୋକସଙ୍ଗୀତ ବିଶ୍ଵ ଦରବାରରେ ବେଶ୍ ପ୍ରସିଦ୍ଧ ହୋଇପାରିଛି। ରଙ୍ଗବତୀ ଓ ଡାଲଖାଇ ଭଳି ଗୀତ ସଫଳତାର ଶୀର୍ଷ ଛୁଇଁବା ପରେ ଏଠାକାର କଳାକାର ଏବେ ଅନ୍ତର୍ଜାତୀୟ ସ୍ତରରେ କାମ କରିବା ଆରମ୍ଭ କରିଛନ୍ତି। ଖୁବ୍‌ଶୀଘ୍ର ଇଂରାଜୀ ଭାଷାର ଏକ ମ୍ୟୁଜିକ୍ ଭିଡିଓ ଆମେରିକାରେ ରିଲିଜ୍  ହେବାକୁ ଯାଉଛି । ଆମେରିକାର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ମାର୍କ ଟିଆରା ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଅବଶିଷ୍ଟ ଟିମ୍‌ରେ ପଶ୍ଚିମ ଓଡ଼ିଶାର ବଛା ବଛା କଳାକାର ରହିଛନ୍ତି। ଏହି ଟିମରେ ପଶ୍ଚିମାଞ୍ଚଳ ୟୁଟ୍ୟୁବ୍ ଚ୍ୟାନେଲ୍ ଟିମର କିଶନ ନାଏକ ନିର୍ଦ୍ଦେଶକ, ସୁଜିତ ସାହୁ ଓ ତ୍ରିଶା ହରିପାଲ ମୁଖ୍ୟ ଆକ୍ଟର ଓ ଭିଡିଓଗ୍ରାଫର ଭାବେ ପୋରମ ଏଥିରେ କାର୍ଯ୍ୟ କରୁଛନ୍ତି। ଇଂରାଜୀ ଭାଷାରେ ପ୍ରସ୍ତୁତ ଏହି ଭିଡିଓ ଆଲବମ୍ ଲୋକପ୍ରିୟତା ହାସଲ କରିବା ସହ ଯୁବବର୍ଗ ଏହାକୁ ବେଶ ପସନ୍ଦ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ଆଲବମ୍‌ର ମୁଖ୍ୟ ଅଭିନେତ୍ରୀ ସୁଶ୍ରୀ ତ୍ରିଶା।

Leave A Reply

Your email address will not be published.